ଦାଦନ
ଦାଦନ


ଖସି ପଡେ ମରୁଡି ବୋଲି ତ
ଇଟା ଗଢି ଗଲୁ ମାଟି ଚକଟିଲୁ
ଭିଟା ମାଟି ଛାଡ଼ି ଛାଡ଼ି ,
ବାହାର ପ୍ରଦେଶ ଗଲୁ ବୋଲି
କାର କିସ ଗଲା ଯେ ହେଲୁ ଛିଃ ଛାକର
ଆମ ଗଛର ପତ୍ରେ
କୀଟ ଯାକ ଛାଟି
କାର କିସ ଗଲା ନିତି ଜଳୁଛି ଆମ ଛାତି ,
ପଦ୍ମ ଫୁଲରେ ପଡ଼ି ହିମକଣା
ସଢି ଗଲା ବୋଲି
ବାଉଳ ଝଡିଲା ଖରା
ବତାସରେ ବୋଲି
କାର କିସ ଗଲା
ବାହାର ରାଜ୍ୟ ଗଲୁ ବୋଲି କ'ଣ
କିଏ ଆସି ପେଟ ପୋଷି ଦେଲା ,
ତେବେ କଣ ଆମେ
ଛାଳ ବିନା ବୃକ୍ଷ ।
ପକ୍ଷ ହୀନ ପକ୍ଷୀ ଛଟ ପଟାଇ
ଖୋଲା ବଜାରରେ ଇଜ୍ଜତ
କିମ୍ପା ବିକ୍ରି କରି ଅଛ ଆମ
ସାରି ଦେଇ ମହତ ।
ଧୂଆଁ ରେ କେବେ କାହା ଘର ପୋଡେ ନାହିଁ ।
କିଏ ଦେଇ ଆସେ ପଷେ ଇଜ୍ଜତ '
ଆମ ହାତ ଧରି
କିଏ ଦେଖାଇଛି ବାଟ
ଓଲଟା ମୃତ ପିଠି ଆମ ଫୋଟୋ ଉଠେଇ ନାଟ ।
ଆମ ନାଁ
ଆମ ଗାଆଁକୁ ନେଇ
ଲେଖୁଛ କବିତା କାହାଣୀ କେତେ
ବଦଳାଇ ଦେଇ ପାରିବ
ଆଜି ସେ ଅଭାବ ସତେ ।
ଆମେ କିଏ
ମୃତ ମାଛ ନା
ଡାଙ୍ଗରା ଭୁଇଁ
ଯାହା କହ ଆମେ
ଦାଦନ ଦାଦନ ଦାଦନ !!!