STORYMIRROR

Sabitri Mohapatra

Others

3  

Sabitri Mohapatra

Others

ଦାଦନ ଶ୍ରମିକ ମୁଁ

ଦାଦନ ଶ୍ରମିକ ମୁଁ

1 min
12.1K

-ସାବିତ୍ରୀ ମହାପାତ୍ର


ଘର ବାହୁଡା ମୁଁ 

ବାହୁଡି ଆସିଛି ଘର, 

ଆଖି ଭରି ଲୁହ ନେଇ 

ଯାଇଥିଲି ଦିନେ 

ସେ ଦୂର ରାଇଜେ 

ଦାଦନ ଶ୍ରମିକ ହୋଇ......... ()


ନ ଶୁଣିଲି କଥା 

ଭାଇ ପରିଜନ 

ବାପ ମା ' ଙ୍କୁ ପରକରି, 

ଭାବିଥିଲି ଦିନେ

ସେ ଦୂର ରାଇଜେ 

ବଡ ଲୋକ ହେବି ବୋଲି..... ()


କରୋନା ଦେଲା ଯେ 

ମହାଶିକ୍ଷା ମୋତେ 

ଆସିଲି ମୁହିଁ ବାହାରି, 

ଆଉ ଯିବିନାହିଁ 

ଘରଛାଡି ମୁଁ ଯେ 

ସମସ୍ତଙ୍କୁ ପର କରି..... ()


ଦରମା ଦାବିରେ 

ଆନ୍ଦୋଳନ କଲୁ 

ଖାଇଲୁ ମାଡ ପ୍ରହାର 

ଖାଦ୍ୟ ପାଇଁ ପୁଣି 

ଭିକ୍ଷୋଭ କରିଲୁ 

ନ ପାଇଲୁ କିଛି ଆହାର..... ()


ଟିକେଟ ପାଇଁ ବି 

କାକୁତି ହୋଇଲୁ 

ସହିଲୁ ପୁଲିସ୍ ଅତ୍ୟାଚାର, 

ଭିଟାମାଟି ମୋହ 

ଘାରିଲା ଆମକୁ 

ଆଉ ସହିବା ହେଲା କଷ୍ଟରେ...... ()


ଗାଁ ମାଟି ଆମ 

ସରଗ ସମାନ 

ତାକୁ ହତାଦର କରିବୁନି ଆଉ 

ଏହିଠାରେ ଜନ୍ମ 

ମରଣ ଭି ଏଠି 

ଏଠୁ ହଟିବୁନି ଆଉ..... ()



Rate this content
Log in