STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଚୁଲିମୁଣ୍ଡ ପାଠଶାଳା

ଚୁଲିମୁଣ୍ଡ ପାଠଶାଳା

1 min
349

ମୋର ଏହି ଘର ସ୍ୱର୍ଗଠୁ ସୁନ୍ଦର

କଅଁଳ ତା'ର ପରଶ

ନିଆଁଠୁ ଉଜ୍ଜ୍ଵଳ ହୃଦୟକୁ ଛୁଏଁ

ମୋ ମା' ଦରଫୁଟା ହସ ।


କେଡେ ବିଜ୍ଞାନୀ ସେ ହାତରେ ଗଢଇ

ରନ୍ଧା ପାଇଁ ମାଟି ଚୁଲି,

ଗାତ ତିନି କୋଣେ ଥୋଇ ତିନି ଇଟା

ଗଢେ ସତେ କି ବିନ୍ଧାଣି !


ଯେଉଁ ଖାଦ୍ୟ ରଖେ ଆମ ଏ ଜୀବନ

ତାକୁ ରାନ୍ଧେ ସରାଗରେ,

ଚୁଲି ମୁଣ୍ଡ ଭାବେ ପୁଣ୍ୟ ଶ୍ରୀମନ୍ଦିର

ପୁଜୁଥାଏ ଭକତିରେ।


ସେଇ ଚୁଲି ଗଙ୍ଗା ସେ ତାର ଯମୁନା

ଅବା କାଶୀ ବାରଣାଶୀ

ତା ମୂଳରେ ବସି ସଞ୍ଜବତୀ ଜାଳି

ପାଏ ଚନ୍ଦନ ତୁଳସୀ।


ତା ଗଣ୍ଠିଧନଟା ତା ପାଖକୁ ଯାଇ

ଚୁଲି ମୁଣ୍ଡେ ଯେବେ ବସେ,

ଶୀତର ଦାଉରୁ ରକ୍ଷା ପାଇବାକୁ

ହାତ ସେକି ଟିକେ ହସେ ।


ଅଭାବୀ ବୋଲି ତା ମନେ ଦୁଃଖ ନାହିଁ

ଖୋଜେ ନା ରୁମ୍ ହିଟର୍,

ମା ଚୁଲି ଶାଳ ସବୁଠୁ ଗରମ

(ପରା)ପ୍ରେମ ଉତ୍ତାପ ସେଣ୍ଟର୍ ।


ଏଇ ଚୁଲି କନ୍ଧା ଜ୍ଞାନ ଖଞ୍ଜା ମୁଣି

ମୋ ମା' ପୁଣ୍ୟା ଅନ୍ନପୂର୍ଣ୍ଣା,

ଯାହା ମୁଁ ପଚାରେ ସବୁ କହିଦେଇ

ବୋଲାଏ ଶିକ୍ଷା ସମ୍ପୂର୍ଣ୍ଣା।


ଗୃହ ବିଜ୍ଞାନୀ ସେ ଆଦର୍ଶ ଗୃହିଣୀ

ଶିଷ୍ଟାଚାରରେ ମହାନ,

ଚୁଲିମୁଣ୍ଡେ ବସି ପୁଅକୁ ଶିଖାଏ

ଦିବ୍ୟଜ୍ଞାନ ଆତ୍ମଜ୍ଞାନ।


ସଂସ୍କାରରେ ହେବୁ ଗଭୀର ଗର୍ତ୍ତତୁ

ଅଗ୍ନି ପରି ତେଜିୟାନ,

ମାଟି ପରି ବଡ଼ ଉଦାର ସୁଧାର

ଇଟାପରି ଶକ୍ତ କଠିନ।


 ଲୁଚିଗଲାଣି ସେ ଚୁଲିର ସଂସ୍କାର

 ମିଳୁନାହିଁ ସ୍ୱାଦ ଖାଦ୍ୟ,

ଚୁଲି ମୁଣ୍ଡେ ବସା ଶୀତେ ହାତ ସେକା

ଆନନ୍ଦ ଉଲ୍ଲାସ ବାଦ୍ୟ।


ଫେରିଆରେ ତୁହି ପୂରୁବ ସଂସ୍କୃତି

ଚୁଲିମୁଣ୍ଡ ପାଠଶାଳା,

ପୁରିଉଠୁ ପୁଣି ଆନନ୍ଦ ଉଦ୍ୟାନ

ସମ୍ପର୍କର ମୁଖଶାଳା।


ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍