STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚରିତ୍ର

ଚରିତ୍ର

1 min
127

ଚରିତ୍ର ଖୋଜୁଛ କାହାରଠାରୁ

ଲୁଚିଛପି କରି ଚୋରି ହିଁ କରୁ।୧


ଲୁଚାଉ ତାହାକୁ ଦେଖାଉ ନାହୁଁ

ଜାଣିବ କୁହତ ହେ ବନ୍ଧୁ କାହୁଁ?୨


ପୁରୁଷ କୁଆଡେ଼ ସୁନା ମୁଣ୍ଡଟା

ଦୁଶ୍ଚରିତ୍ର ନୁହେଁ ନୁହେଁ ବି କଣ୍ଟା।୩


ଧୋଇ ଦେଲେ ଛାଡି଼ ଯାଏରେ ଦୋଷ

ତାର ପାଖେ ତେଣୁ ସଭିଏଁ ବଶ।୪


ଚରିତ୍ରକୁ ନେଇ ବଡ଼ ସନ୍ଦେହ

ପତ୍ନୀ ଦୋଷ କଲେ ବଡ଼ ବିବାଦ।୫


ପୁରୁଷ ଦୋଷକୁ ଘୋଡେ଼ଇ ଦେଇ

ପତ୍ନୀ ମଧ୍ୟ ସଦା ଲାଗି ପଡ଼ଇ।୬


ତେଣୁ ଜଣାଯାଏ ଚରିତ୍ର ପାଖ

ନାରୀଟି ଭୋଗୁଛି ଅନେକ ଦୁଃଖ।୭


ସତିଆ କୁଆଡେ଼ ପୁରୁଷବାବୁ

ଚରିତ୍ରକୁ ଯିଏ କରଇ କାବୁ।୮


ଭଣଭଣ ସଦା ଚରିତ୍ର ଘର 

ଉଡ଼ଇ ସର୍ବଦା ଦେଶ ବାହାର।୯


ଏମିତି ସଂସାରେ ପ୍ରଥାଟି କିଆଁ

ରହି ଯାଇଛି କି ହୋଇ କୁଣିଆଁ?୧୦



Rate this content
Log in