STORYMIRROR

jyotsna mayee panda

Others

3  

jyotsna mayee panda

Others

ଚନ୍ଦ୍ରଘଣ୍ଟା

ଚନ୍ଦ୍ରଘଣ୍ଟା

1 min
167

ଶାନ୍ତ ରୂପ ତୋର ଝଟକୁଛି ଆଜି... 

ଧୂମ୍ର ଲୋଚନୀ ମାଆ ତୁହି.... 

ସିଂହର ପୃଷ୍ଠରେ ବିଜେ କରୁ ମାଆଗୋ... 

ଜଗତ କଲ୍ୟାଣ ପାଇଁ.... 

ଶିବ ପରିଣୀତା ରାଣୀ ଚନ୍ଦ୍ରଘଣ୍ଟା... 

ଚନ୍ଦ୍ର ଝଟକେ ତୋ ମୁଖେ.... 

ବlହେ ବାଜୁବନ୍ଧ କର୍ଣ୍ଣରେ କୁଣ୍ଡଳ... 

କଣ୍ଠେ ଚାପସରୀ ମାଳା.... 

ଗଲା ତୋହର ସତଦଳ ପଦ୍ମ... 

ସୁଗନ୍ଧ ଦୟାଣା ମାଳl.... 

ଦୁଃଖ ବିମୋଚନୀ ଦରିଦ୍ର ଭଞ୍ଜନୀ.. 

ହୋଇ ଥିବୁ ସଦା ସାହା... 

ତୁହି ଜଗତର ମା.... ll

ଚଣ୍ଡ ମୁଣ୍ଡ ଆଉ ଶୁମ୍ଭ ନିଶୁମ୍ଭକୁ... 

ନାସି ଧରା କଲୁ ରକ୍ଷl.... 

ଶିବଙ୍କର ବାମା ତୁହିମା ଚନ୍ଦ୍ରମା... 

ଜଗତରେ ହେଲା ଆଖ୍ୟା... 

ଭକ୍ତଙ୍କୁ ଦର୍ଶନ ଦେଇ ମାଆଗୋ ତୁହି... 

ରୋଗ ଶୋକ ନେଉ ହରି... 

ହରଙ୍କ ବନିତା ତୁହି ଚନ୍ଦ୍ରଘଣ୍ଟା... 

ଦିନ ଯାଏ ତତେ ସ୍ମରି... 

ଐଶ୍ୱର୍ଯ୍ୟ, ସମ୍ପଦ, ଯେତେ ଅଛି ଭବେ... 

ତୁହି ତ ପ୍ରଦାନ କରୁ... 

ଜ୍ଞାନ ଦାତ୍ରୀ ପୁଣି ଜ୍ଞାନ ଦାନ କରି.. 

ଜଗତ ଉଦ୍ଧାର କରୁ..... ll



Rate this content
Log in