ଚନ୍ଦ୍ରବଦନି !
ଚନ୍ଦ୍ରବଦନି !
ତୁମ ଗଳିରୁ ମୁହଁ ମୋଡି ଆଜି ଚାଲିଯାଉଛି,
କନ୍ୟା ଥିଲ,
ଥିଲ ମୋର,
ଚାରିକଡ଼େ ବୁଲି ଗୋଟାଉଥିଲି ଅନୁଭୁତିର ଶାମୁକା କାଳେ ମିଳିଯିବ ମୋତି,
ଆଜି ହେଲ ଆଉ କାହାର
ପିନ୍ଧି ସୀମାନ୍ତେ ଅନ୍ୟ ନାମେ ସିନ୍ଦୁର
ଭୁଲି ତ ପାରିବନି ମତେ
ପ୍ରତ୍ୟହ ପ୍ରାର୍ଥନାରେ ନିଶ୍ଚିତ ଥିବି ତୁମର,
ନେଇଯାଅ ସବୁ ଚାନ୍ଦିନୀ ରାତି ପଛେ ମୋର
ଦେଇଦିଅ ଅମା ଅନ୍ଧାର ଯେତେ ତୁମର,
ନେଇ ସାହାରା
ତୁମ ସହ ବିତେଇ ଥିବା ସମୟକୁ
କାଟିଦେବି ହସି ହସି ବଳକା ଯେତେ ଅଛି ମୋର ଜୀବନ,
ମଳୟ ସାଜି ନାଚୁ ଥିବି ଚାନ୍ଦନି ରାତିରେ ତୁମ ସହ
ଅନ୍ତତଃ ଶରତ ପୂର୍ଣ୍ଣିମା ତ ଆସେ ବର୍ଷକୁ ଥରେ
କାରଣ ତୁମେ ଯେ
ତୁମେ ପାରିବନି ଭୁଲି
ଚନ୍ଦନ ଚନ୍ଦନ ମହକ ଯେ ମୋର
ପ୍ରୀତି ଯେ ମୋର ଦେହ
ତୁମ ହୋଇପାରେ ଆଉ କାହାର "ଚନ୍ଦ୍ରବଦନି" ।
କାଶ୍ୟପ । ରାମ ବିଶୋଇ । ମଧ୍ୟାହ୍ନ-୦୧-୩୯ ମି . ତା-୩-୧୨-୧୬ ରାୟଗଡା ।