STORYMIRROR

Jyotsnarani Panda

Others

3  

Jyotsnarani Panda

Others

" ଚଳନ୍ତି ଦେବତା "

" ଚଳନ୍ତି ଦେବତା "

1 min
267


ଦୂର ଦେବାଳୟ କି ପାଇଁ ଯିବି ମୁଁ 

       ହୃଦ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌ସିଂହାସନେ ଦୁହେଁ 

ଅଲଙ୍ଘ୍ୟ ପଥକୁ ଲଘିଂବାକୁ ତୁମ 

      ଦୁହିଁଙ୍କ ଆଶୀଷ ଚାହେଁ ।।



ମୋ ପ୍ରାଣରେ ପିଣ୍ଡ ଥିବାଯାଏଁ ମିଳୁ 

    ଦେଵ ଦୁର୍ଲଭ ସେ ସ୍ନେହ 

ବିକଳ୍ପ ନାହିଁ ସେ ଅମୂଲ୍ୟ ରତ୍ନର 

   କିଣିଵି କୋଉଠୁ କୁହ ।।



ଜାଣେନାହିଁ ମୁଁ ଯେ ଜପତପ ପୁଣି 

    ପୂଜାବିଧି ବେଦମନ୍ତ୍ର 

ତୁମରି ସଂସ୍କାର ସମ୍ବଳ ଯେ ମୋର 

   ଜୀବନ ଯାନର ଯନ୍ତ୍ର ।।



ପିତାମାତା ମୋର ଚଳନ୍ତି ଦେବତା

   ପ୍ରତିକ୍ଷଣେ ଅନୁଭଵେ 

ତାଙ୍କ ଆଶୀର୍ବାଦେ ଜିଇଁବି ଆହ୍ଲାଦେ 

  ନିର୍ଵିଘ୍ନରେ ଏଇ ଭଵେ ।।



ବିଶ୍ଵାସର ସେ ତ ବଡ଼ଦାଣ୍ଡ ପୁଣି

   ଆଶୀଷ ଅରୁଣସ୍ତମ୍ଭ 

ମମତାର ସେହି ରୋହିଣୀ କୁଣ୍ଡର

   ସ୍ପର୍ଶ ମାତ୍ରେ କୋଟିଦମ୍ଭ ।।



ଶ୍ରଦ୍ଧାର ଶ୍ରୀବତ୍ସ ଖଣ୍ଡଶାଳ ସେ ତ 

   ବାତ୍ସଲ୍ୟର ଵଡଦିଅଁ 

ସେ ପାବନ ପ୍ରୀତି ସଦା କୋଟିନିଧି 

  ପ୍ରତିମୂର୍ତ୍ତି ଯେବେ ଛୁଅଁ ।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍