ଚଲାପଥ
ଚଲାପଥ

1 min

25
ଜୀବନର ଅଙ୍କାବଙ୍କା ରାସ୍ତା ଆଜି
ପଡିଛି ଶୁନଶାନ୍ ହୋଇ ।
କେତେବା ପଥିକ ଆସି ଫେରିଯାନ୍ତି
ସେଇ ଅରଣ୍ୟାନୀ ଅଗସ୍ତି ଭିତରେ ।
ଫଥିକ ଆଜି ମୁଁ ସେହି
ବାଟର ।
କରୁଣ ସେଇ ନିର୍ଜନ ଆରଣ୍ୟାନି ମଧ୍ୟେ
ଚାଲୁଛି ମୁ ଏକା ।
ମୋହ ମାୟା ପ୍ରେମ ପ୍ରତାରଣାର
ସେଇ ଦୁନିଆକୁ ଛାଡି
ଚାଲୁଛି ମୁ ଆଜି
ନୂଆ ବାଟୋଇ ସାଜି ।
ଆକାଶକୁ ଲମ୍ବି ଯାଇଛି
ଶୂନଶାନ ଇଏ ବାଟ ।
ଚାଲିବି ମୁଁ ଏକାନ୍ତରେ
ନମାନି କାହାରି ବାଧା
ବିପତ୍ତିକୁ ।
ବଞ୍ଚିବାର ଆଶାକୁ ନେଇ
ଚାଲୁଛି ଆଜି ଏକାକି ।
ଯେତେଦୂର ପର୍ଯ୍ୟନ୍ତ
ପାଦ ଯୋଡିକ ଚାଳିବ
ଜୀବନର ଏକାନ୍ତରେ ।
ଯିବି ମୁଁ ଲଙ୍ଘି ସେହି
ପାହାଡ ପର୍ବତ ଘେରା
ଶିଖରର ମଧ୍ୟ ଭାଗକୁ
ପାଦ କ୍ଳାନ୍ତ ହେବା ଯାଏ ।