STORYMIRROR

Kali Kumar

Others

3  

Kali Kumar

Others

ଚକ୍ରଫାସ

ଚକ୍ରଫାସ

1 min
307

ବିତୁଛି ସମୟ ସମୟ କୋଳରେ

ମାଆ କୋଳ ଆଜି ଫାଙ୍କା,

ନଦୀଟି ତାହାର ପଥ ବଦଳାଏ

ବହି ଚାଲେ ଅଙ୍କାବଙ୍କା ।୧।

ସ୍ୱାର୍ଥର ପଛରେ ଦୁନିଆ ଧାଉଁଛି

ହାତେଇବ କିଛି ଟଙ୍କା,

ସୁବିଧା ସୁଯୋଗ ସାଉଁଟଇ ସିଏ

ଯେସନ ସେ ମାଛରଙ୍କା ।୨।

ମାଛରଙ୍କା ସିନା ସୁଯୋଗ ସାଉଁଟେ

କ୍ଷୁଧା ନିବାରଣ ପାଇଁ,

ସ୍ୱାର୍ଥ ଅନ୍ଧେ କିନ୍ତୁ ସ୍ୱାର୍ଥପର ଧାଏଁ

କ୍ଷୁଧା ତିଳେ ମେଣ୍ଟୁ ନାହିଁ ।୩।

ଦୁନିଆର ନୀତି ନିୟମ ସମ୍ମୁଖେ

ମାନବିକତା ଯେ ଫିକା,

ଆତ୍ମୀୟତା ହୀନ ସଂପର୍କ ଖୋଳରେ

ସବୁ ଏଠି ଲୋକଦେଖା ।୪।

ପ୍ରଚ୍ଛନ୍ନ ଚରିତ୍ରେ ଆତ୍ମୀୟତା ଘେନି

ନୀଳ ଶୃଗାଳଟି ସିଏ,

ଅବସ୍ଥା ବ୍ୟବସ୍ଥା ପରିସ୍ଥିତି ଜାଣି 

ରଙ୍ଗ ବଦଳାଇ ଦିଏ ।୫।

ସ୍ୱାର୍ଥ ଚକ୍ରବ୍ୟୁହେ ନିଃସ୍ୱାର୍ଥ ଭାବର

ମେରୁହାଡ଼ ଭାଙ୍ଗିଯାଏ,

ଅଭିମନ୍ୟୁ ଭାନ୍ତି ନିର୍ଅସ୍ତ୍ରେ ସେ ପୁଣି

ଛଟପଟ ହେଉଥାଏ ।୬।

ବିଶ୍ୱାସଘାତି ସେ ତୋଷାମଦକାରି

କୁଚକ୍ରେ କୁଟିଳେ ପୂର୍ଣ୍ଣ,

ସ୍ୱାର୍ଥର ସାଧନେ ଆପ୍ରାଣେ ଚେଷ୍ଟିତ

ହୁଏ ନାହିଁ ଅବସନ୍ନ ।୭।

ସମାଜ ଆଖିରେ ଶୁଭ୍ର ଫରଫର

ଚରିତ୍ର ବାନା ତା' ଉଡ଼େ,

ପ୍ରଚ୍ଛଦପଟ୍ଟରେ ଶ୍ବାନ,ଚିଲ ପରି

ଜୀଅନ୍ତା ମାଂସକୁ ଭିଡ଼େ ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍