ଚକ୍ରାନ୍ତ
ଚକ୍ରାନ୍ତ
ଯେତେ କର କୂଟ କପଟ
କେତେ କର ତୁମେ ବିଭ୍ରାନ୍ତ
ଯେତେ କରେ ତୁମେ ଦୁର୍ନୀତି
ଯେତେ କର ଅବା
ଅନ୍ୟାୟ ଓ ଅନୀତି
ସବୁର ହେବ ଦିନେ ଇତି
ସବୁର ହେଉଛି ହିସାବ କିତାବ
ସବୁ ଲିପିବଦ୍ଧ ହେଉଛି
ତୁମ ଜୀବନର ବୃତ୍ତାନ୍ତ
କାହିଁକି କର ଏତେ କୂଟ କପଟ
ତେବେ କି ପାଇଁ
କର ଏତେ ଚକ୍ରାନ୍ତ ?
ତୁମେରେ ଖଳ ଜନ
କାହିଁକି ହୁଅ ଏତେ ହୀନମଣ୍ୟ
ତୁମ ପାଞ୍ଜି ପୋଥିର
ତଥା ସବୁ କର୍ମର
ହେଉଅଛି ପରା ପଞ୍ଜୀକରଣ
ନିଜକୁ ଭାବନି ଏତେ ମହାନ
ଯାହା ତୁମେ କର
ଯାହା ତୁମେ କୁହ
ସବୁର ହିସାବ ରଖୁଛନ୍ତି
ସେହି ଅଦୃଶ୍ୟ ଶକ୍ତି
ସେ ଅଟନ୍ତି ପରା
ଏ ବିଶ୍ଵ ନିୟନ୍ତା
ସେ ଅଟନ୍ତି ଏ ବିଶ୍ଵ
ଏ ଜଗତ
କି ପାଇଁ କରୁଅଛ
ଏତେ କୂଟ କପଟ
କର ତୁମେ କିଆଁ
ଏତେ ଚକ୍ରାନ୍ତ ?
ସୃଷ୍ଟିର ନୁହଁ ତୁମେ
ସୃଷ୍ଟି କର୍ତ୍ତା
ସୃଷ୍ଟିର ନୁହଁ ତୁମେ
ଭାଗ୍ୟବିଧାତା
ତୁମେ ନିଜ କର୍ମର
ନିଜ ଧର୍ମର
କିମ୍ପା କରୁନାହଁ
ନିଷ୍ଠାପର ଭାବେ ପାଳିତ
ଏତେ ଚତୁର ନ ଭାବି ନିଜକୁ
ନ କର ଏତେ
ଅନ୍ୟ ପାଇଁ ଅମଙ୍ଗଳ
ଅନ୍ୟ ବିରୁଦ୍ଧେ ନ କର
ଏତେ ଚକ୍ରାନ୍ତ ।
ତୁମେ ହୁଅ ପଛେ
ଶାସକ ଅବା ଶାସିତ
ତୁମେ ହୁଅ ପଛେ
ଶୋଷକ ଅବା ଶୋଷିତ
ନିଜର କର୍ମ ନିଜେ କରି ଚାଲ
ପର ପାଇଁ କେବେ ନ ଖୋଳ ଗାତ
ସାହାଯ୍ୟ ପାଇଁ ପଛେ ନ ବଢାଅ ହାତ
ପରର ଅନିଷ୍ଟ ପାଇଁ
ନ କର କେବେ ଚକ୍ରାନ୍ତ ।
ତୁମେ ହୁଅ ବିତ୍ତ ଶାଳୀ, ଧନଶାଳୀ
ଅବା ପ୍ରତିପତ୍ତି ଶାଳୀ
ଥାଉ ଅବା ଯେତେ ସମାଜେ
ମାନ ମହତ
ପର ନିନ୍ଦା, ପର ଚର୍ଚ୍ଚାରୁ
ନିବୃତ୍ତ ରହି
ନ ରଚ କାହା ପାଇଁ
କେବେ କୂଟଚକ୍ରାନ୍ତ ।
ତୁମେ ମହାମାନୀ, ମହାଦାନୀ
ହୋଇଥାଅ ତୁମେ ଯିଏ ପୁଣି
ସମାଜ ମଙ୍ଗଳ, ଦେଶର ମଙ୍ଗଳ,
ବିଶ୍ବର ମଙ୍ଗଳ ପାଇଁ
ସଦା ରହିଥାଅ ଜାଗ୍ରତ
ସର୍ବଜନଙ୍କର ଓ ଆତ୍ମୀୟଙ୍କ ପାଇଁ
ଘାତକ ନ ସାଜି
ନ କର କେବେ
କାହା ପାଇଁ ଚକ୍ରାନ୍ତ ।
ତୁମ ଚାଲାକି ତୁମ ଖଳ ବୁଦ୍ଧିର
ପ୍ରୟୋଗ ନ କରି
ନ କର କାହାକୁ କେବେ କ୍ଷତାକ୍ତ
ତୁମେ ନ ଚିନ୍ତ କେବେ
ଈର୍ଷା ଓ ହିଂସାର ମାର୍ଗ
ନ ଚିନ୍ତ କେବେ ଦ୍ଵନ୍ଦ୍ଵ ଓ
ଯୁଦ୍ଧର ମାର୍ଗ
ମନକୁ କର ଓ ରଖ ତୁମ ଶାନ୍ତ
ପରିତ୍ୟେଜି ସ୍ଵ ସ୍ଵାର୍ଥ
ନ କର କେବେ
କାହାର ଅମଙ୍ଗଳ
ନ କର କାହା ପାଇଁ
କୂଟ ଚକ୍ରାନ୍ତ ।
