ଚକାନୟନ_୪
ଚକାନୟନ_୪
1 min
312
ହେ ପ୍ରଭୂ ଚକାଡୋଳା
ହେଉ ତୁ ଭକତ ଭୋଳା
ମୋ ବେଳକୂ କିଆଁ ଶୁଣୁନୁ
ବଢେ ମୋ ଦୁଃଖ ବେଳା ।
କେତେ ମୁଁ ସହୁଛି ସମାଜରେ
କେତେ ମୁଁ କାନ୍ଦୁଛି ତୋ ଚରଣରେ
ଏ କଥା ତୋତେ କି ଅଜଣା
କାହିଁ କରୁ ମୋତେ ବାଟବଣା ॥
ରହିବାକୁ ମୋତେ ଜାଗା ଦେଲୁ ନାହିଁ
ଉପରକୁ ଚଢିବାକୁ ଦେଲୁନି ପାହାଚ
ଖାଇବାକୁ ମୋତେ ଖୁଦ ବି ଦେଲୁନି
ସଂସାରେ ମୋତେ ରଖି କି ଲାଭ ପାଉଛ ?
ନେଇଯାଅ ପ୍ରଭୂ ତୁମରି ଶରଣ
ନିତି ତୁମ ପାଦ ପୂଜୁଥିବି
ତୁମ ପାଇଁ ତୁଳସୀ ଦୟଣା ଗୁନ୍ଥିବି
ତୁମ ଭଜନ ହିଁ ଗାଉଥିବି ।
