ଚକାନୟନ ୧୫
ଚକାନୟନ ୧୫
କେଣେ କଲୁ ତୋ ରଥ ତିଆରି କାଳିଆ
ଭକତ କେହି ତ ନଥିବେ
ଭକତ ବିନା ଏବେ ରଥ ଚାଲିବ କି ତୋର
ଦେଖିବାକୁ କିଏ ନଥିବେ ॥
ଆହା କି କାମ କଲୁରେ କାଳିଆ ସାଆନ୍ତ
ଭକତଙ୍କୁ ଦେଖି କୋରନା ଦୁଃଖରେ
ତୋ ଭଳି ଠାକୁର ଥାଉ ଥାଉ ରାଇଜେ
ପାଆନ୍ତି ଯାତନା ଅଚିହ୍ନା ରୋଗରେ ॥
ସତ ଯଦି ତୋର ଖଣ୍ତିଆ ହାତଗଢା ମୂର୍ତ୍ତି
ସତ ଅଟେ ଯଦି ତୋର ମହିମା
ନାଶ କରେ ତୁହି ତତ୍କ୍ଷଣାତ ଏବେଠାରୁ ତୁହି
ରଖେ ପତିତପାବନ ବାନା ଗାରିମା ॥
ସାରା ବିଶ୍ବରେ ପଡିଛି ଏବେ ହୁରି
ତ୍ରାହିମାଂ ତ୍ରାହିମାଂ ଡାକରା
ବଡଦାଣ୍ତେ ଭକତ ବି ଡାକୁଛନ୍ତି
ତ୍ରାହିମାଂ ତ୍ରାହିମାଂ ଚକରା ॥
ଚକ୍ରଧର ତୁମେ ଆହେ ଚକାଆଖିଆ
ବେଶୀ କଷ୍ଟ ଦେଲଣି ବିଶ୍ବକୁ
ଆଉ ତୁମେ ପ୍ରଭୂ ବଢାଅନା ରୋଗ ଦାଉ
ରକ୍ଷାକର ତୁମ ଭକତଜନଙ୍କୁ ॥