ଚକାନୟନ -୧୦
ଚକାନୟନ -୧୦
1 min
3.0K
କି କହିବି ପ୍ରଭୂ କଳା ଠାକୁର
ଦୁଃଖ ହେଲାଣି ଅପାର
ରୋଗବ୍ୟାଧିରେ ନ ଘାଣ୍ଟିବ
ଭବସାଗରରୁ କର ହେ ପାର
ଲୋଡା ନାହିଁ ମୋତେ ଆଦରସମ୍ମାନ
ଲୋଡା ଖାଲି ପ୍ରଭୂ ତବ ଶ୍ରୀଚରଣ
ତୁମ ନାମ ଗାଇ ଗୂନ୍ଥେ ତୁଳସୀମାଳ
ବିତିଯାଉ ପ୍ରଭୂ ତୁମ ସେବାରେ ଜୀବନ
ଖୋଜୁଅଛି ମୂହିଁ ପ୍ରଶ୍ନର ଠିକଣା ସବୁ
ପାଉନି ପ୍ରଭୂ ମୁଁ ବୁଡେ ସାଗରେ
ତୁମେ ଅଛ ବୋଲି ସାହାସ ମୁଁ କରେ
ପାରି କରିବ ବୋଲି ଆଶାରେ ମରେ
ମୋ ଆଶାକୁ ନାଥ ନକର ହେ ହେଳା
ଥରେ ବି ଶୁଣିବ ଦେଇ ଦର୍ଶନ
ପ୍ରତି କ୍ଷଣରେ ମୁଁ ଡାକେ ତବ ନାମ
ବିପଦେ ପ୍ରଭୂ ହେ ହୁଅ ଆଗମନ
