STORYMIRROR

Padmalaya Mishra

Others

3  

Padmalaya Mishra

Others

ଚକା ଚକା ଆଖିରେ ଚାହିଁଁଛୁ କାଳିଆ

ଚକା ଚକା ଆଖିରେ ଚାହିଁଁଛୁ କାଳିଆ

1 min
14.6K


ଚକା ଚକା ଆଖିରେ

ଚାହିଁଛୁ କାଳିଆ

ବଡଦେଉଳରେ ବସି

ଜାଣି ପାରୁନାହିଁ ମୁଁ

ଦୁଃଖ ଦେଖି ମୋର

କେମିତି ପାରୁଛୁ ହସି ।

ଶତ୍ରୁ ହୋଇଥିଲେ ବି

ଝରାନ୍ତାଣି ଲୁହ

ମୋ ଆଖିରେ ଲୁହ ଦେଖି

ଏମିତି ନିଷ୍ଠୁର ତୁ

ହୋଇଛୁ କାଳିଆ

ଖୋଜୁଛୁ ଦୁଃଖର ସାକ୍ଷୀ ।

ଚାହିଁଥା ଅପଲକେ

ସେମିତି ଦୁନିଆ

ଭାସିଯାଉ ଅଶ୍ରୁ ଜଳେ

ତଥାପି କାହିଁକି ମୁଁ

ଆଶା ବାନ୍ଧିଅଛି

ରଖିବୁ ବିଦାୟ ବେଳେ ।।


Rate this content
Log in