STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଚିଠି

ଚିଠି

1 min
160


କେତେବେଳେ କେଜାଣି ଚେତନାଗ୍ରସ୍ତ ହୋଇଥିଲା

ପ୍ରାଣ,

ଲେଖିଥିଲି

ତୋ ପାଖକୁ ପ୍ରଥମ ଚିଠି ,


ଶ୍ରେଣୀ କକ୍ଷରେ ପ୍ରଧାନ ଶିକ୍ଷକ ପଢି ଚାଲିଥିଲେ 

ମୋ ହାତ ଲେଖା

ଚିଠି,


ତୁ ଚୁପ ଚାପ ବସି ଶୁଣି ଚାଲିଥିଲୁ

ତାଙ୍କ ଓଠରୁ ପ୍ରତ୍ୟେକ ଉଚାରିତ ଶବ୍ଧକୁ,

ସତେ ଯେମିତି ସବୁ ଗୁଡିକୁ

ଉଦରସ୍ଥ କରି ଚାଲିଛୁ

ଖପ ଖାପ,


ନତ ମସ୍ତକ କରି ଛିଡା ହୋଇ ଥାଏ

ମୁଁ ନେଇ ଆଖିରେ ଅଜସ୍ର ଲୋତକଧାର

କରୁକ୍ତି,

ହୋ ହଲ୍ଲାରେ ଭରି ରବିଥିଲା 

ଶ୍ରେଣୀକକ୍ଷ,


ତା ପରେ 

ବର୍ଷ ବର୍ଷ ଧରି ଲେଖି ଚାଲିଥିଲି

ତୋ ଠିକଣା ରେ ,

ଚିଠି,


ତୋର ହସ୍ତଗତ ହୁଏ କି ନାହିଁ

ଜାଣେନା ମୁଁ,


ଦିନେ କିନ୍ତୁ ବଦଳିଗଲା 

ତୋ ଓ ମୋର ଘର

ଠିକଣା,


ଜାଣେ ନାହିଁ ଏ ଯାବତ 

ତୁ ପଢୁ କି ନାହିଁ 

ତଥାପି

ଲେଖୁଛି ଚିଠି କାଳେ ତୁ କରିଥିବୁ ଡାକିଆର ଆସିବାକୁ

ପ୍ରତିକ୍ଷା,


ଏମିତି

ସୁଜାତା

ଥରେ ଖାଲି,ଥରେ ଖାଲିଗୋ ମୋ ସୁନା,

ତୋ ପଣତ କାନିରେ ଶୋଇବାକୁ 

ଅଦ୍ୟମ ଇଛା 

ହାତ ଗୋଡ଼ ହଲାଇ

ସଦ୍ୟ ଜନ୍ମଜାତ ଶିଶୁଟି 

ଭଳି,


ବାକି ସବୁ କଥା ଆର ଥରକୁ

ଅନ୍ୟ ଚିଠିରେ

ଯଦି ଥାଏ ଜୀବିତ 

ଆସନ୍ତାକାଲି-------------!


©®କାଶ୍ୟପ

ରାମ ପ୍ରସାଦ ବିଶୋଇ

ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍