STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଚିଠି

ଚିଠି

1 min
371

ନାହିଁ ଆଉ ସେ ଚିଠି ର ଆତୁରତା ଭରା ବାସ୍ନା,

ଖୋଜି ପାଉ ନାହିଁ ଲେଖନୀର ନୀଵ୍ ଖଣ୍ଡକ,


ସାଧା କାଗଜ ରେ ଢଳ ଢଳ ଅକ୍ଷର ରେ ଶବ୍ଦର ଯୁଗଳ ବନ୍ଦିକୁ...!!


ମନ ବି ଆଉ ଓଦା ହଉନି କାହା ଚିଠିର ଅଭିଯୋଗ ଭରା 

 ପୁଳା ପୂଳା ଅଭିମାନରେ..!!


ଫୋନ ଆଉ ମୋବାଇଲ ର ଆଗମନରେ 

ନୀରୁଦ୍ଦିଷ୍ଟ ହୋଇ ,

ଚିଠି ହଜେଇ ଦେଲାଣି ନିଜର ଠିକଣା...!


ଡାକ ବାଲା ଅଛି, ଡାକ ବାକ୍ସ ବି ଅଛି,

ହେଲେ ନାହିଁ ଆଉ ଚିଠି ଲେଖିବାର ସେ

ମାଦକତା ଆଉ ଆବେଗ ଭରା ଭାବନା...!


ପ୍ରେମୀ ଯୁଗଳଙ୍କ ଭାବ ଦିଆ ନିଆ ର ସାକ୍ଷୀ ଥିବା ସେ ଚିଠି,


ବିଦେଶ ରୁହନ୍ତା ପୁଅର ମା ର ମାମତକୁ ଝୁରି ଝୁରି ଲେଖିଥିବା ଚିଠି,


ଅର୍ଦ୍ଧାଙ୍ଗିନୀର  ପ୍ରିୟ ପୁରୁଷ ପାଇଁ ମନ ବେଦନାର ପ୍ରେମ ଭରା ଚିଠି,


 ଧୀରେ ଧିରେ ସବୁ ହଜିଗଲାଣୀ

ସମୟର କରାଳ ଚକ ତଳେ...!!


ଚିଠି ର ଅକ୍ଷର ସବୁ ମୁହଁ ମାଡି ପଡିଲେଣି

ଆଧୁନିକ ସମାଜର ଚାଲି ଚଳନ ରେ...,


ଚିଠିର ସେ ଇନ୍ଦ୍ରଧନୁ ରଙ୍ଗ ଫିକା ପଡି ଗଲାଣି,

ହୁଆଟ୍ସାପ୍ ଆଉ ଫେସବୁକ୍ ର ଆଗମନରେ...!!


ତଥାପି ବଞ୍ଚିଛି ଚିଠି, 

ଆମ ସମସ୍ତଙ୍କର କେଉଁ ଏକ ନିଭୃତ କୋଣରେ,


ତଥାପି ବଞ୍ଚିଛି ଚିଠି, ଡାକ ଘରର ଡାକ ବାକ୍ସରେ,

ଡାକ ବାଲା ର ମାଟିଆ ବ୍ୟାଗ୍ ରେ...!!


ବେଳେ ହଠାତ୍ ଡାକ ବାଲା ସାଇକଲ ଘଣ୍ଟି ର ଶବ୍ଦ ଟା ଟାଣି ନେଇଯାଏ ମନକୁ,

ବେଳେ ଅନ୍ୟମନସ୍କ ବି ହୋଇଯାଏ 

ମୁଁ ସେଇ ଶବ୍ଦ ଶୁଣି,...!


ଆସିଚି କି କାହା ଚିଠି ମୋ ଠିକଣା ରେ????


Rate this content
Log in