STORYMIRROR

Jashobant Pattanayak

Others

3  

Jashobant Pattanayak

Others

ଚିଠି

ଚିଠି

1 min
244

    

ସଂସାର ଆରତ ଦୁଃଖ ଫେଡିବାକୁ

ସଦା ରହିଅଛ ଚେଇଁ,

ବେନି ଆଖି ତୁମ ରଖିଅଛ ଖୋଲା

ଆହେ ଜଗତଗୋସାଇଁ ।।


କେତେକେତେ ଭକ୍ତ ତୁମରି ପାଇଁକି

କରିଛନ୍ତି ହାତ ଟେକ,

ମୁଁ କିବା ଛାର ଭକତେ ଗଣିତା

ମିଳିବ କରୁଣା ଭିକ !!


ମୋ' ଡାକ ତୁମକୁ ଭକତ ଭିଡ଼ରେ

କାଳେ ଶୁଭିବନି ବୋଲି,

ଯେବେ ବି ମାଗିଛି-ମାଗୁଛି ତୁମକୁ

ନିରବରେ ଯାହା ଖାଲି ।।


ମୋ' ପାଇଁ ତୁମ ବେଳନାହିଁ ଜାଣି

ଲେଖୁଛି ତୁମକୁ ଚିଠି,

ବେଳହେଲେ ଟିକେ ନିରୋଳେ ପଢ଼ିବ

ପଦ୍ମମୁଖେ ଅଳ୍ପ ହସି ।।


ଲେଖୁନି ତୁମକୁ ଦେବାପାଇଁ କିଛି

ଧନ-ଜନ-ବଇଭବ,

ତୁମରି ଠାରେ ମୋ' ସଦା ଥାଉ ଲୟ

ହୄଦୟେ ଭକତି ଭାବ ।।


ତୁମ ଚନ୍ଦ୍ରମୁଖ ଦେଖୁଥିବି ଯେବେ

ଦୁଃଖ ଯାଉ ଅପସରି,

ନର ଜନମ ମୋ' ସାର୍ଥକ ହେଉ

ସଭିଙ୍କ ଆଶିଷ ବରି ।।


ଆହେ ଇଚ୍ଛାମୟ ବାରେ ଇଚ୍ଛା ମୋର

ତବ ଶ୍ରୀପୟରେ ଅଳି,

ଭଲପାଅ ଯଦି ଉଚ୍ଛୁର ନକରି

ନେବ ତୁମ ପାଶେ ତୋଳି ।।


"ମୁକତି" ମାଗୁଣି ରଖି ତବ କତି

ଲେଖୁଛି ଏବେ ମୁଁ "ଇତି",

ପଢ଼ିନେବ ପ୍ରଭୁ ଲିଭିବା ଆଗୁ ମୋ'

ଜୀବନ ମହମବତୀ ।।


     🪔🪔🪔


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍