STORYMIRROR

Alhadini Panigrahi dash

Others

2  

Alhadini Panigrahi dash

Others

ଚିଠି ଟିଏ ବସନ୍ତକୁ

ଚିଠି ଟିଏ ବସନ୍ତକୁ

1 min
144

ଶୁଖିଲା ପତରେ ପଠାଇଲି ଚିଠି

ପାଇଲ କି ନାହିଁ ତୁମେ

ଉତ୍ତର ତୁମର ପାଇବା ପାଇଁ କି

ନିଇତି ଝରକା ଖୋଲେ ।୧ା


ଲେଖିଥିଲି ମୁହିଁ କଅଁଳ ପତରେ

ଉତ୍ତର ଦେବ ମୋର

ସାଥେ ପଠାଇବ ବଉଳ ଫୁଲ କୁ

ବାସ୍ନା ରେ ଭରିବି ଘର ।୨ା


ପଠାଇବ କି ଆମ୍ରକାନନରୁ

ପରଭ୍ରୁତେ ଦୂତରୁପେ

ସେ ପରା ଗାଇବ ତୁମରି ବାରତା

ସୁମଧୁର ଚୋଖି ବ୍ରୁତ୍ତେ ।୩ା


ଚିଠି ତ ତୁମର ଆସିଲାନି ଆଜି

ନିଜେ ତୁମେ ଯାଅ ଆସି

ମୋ ହ୍ରୁଦୟ ର ଶୁଖିଲା ବଗିଚା

ପୁଣି ତ ଉଠିବ ହସି ।୪ା


ଗ୍ରୀଷ୍ମ ର ଝାଞିି କେତେ ବା ସହିବି

ଆଉ ସହି ହେଉନାହିଁ

ମଳୟ ର ସେଇ ଶିତଳ ସ୍ପର୍ଶ କୁ

ମନ ମୋର ଝୁରୁଥାଇ ।୫ା


ଶ୍ରାବଣ କୁ ଆଉ ବାନ୍ଧି ରଖିବାକୁ

ମୋ ନୟନ ଚାହୁଁ ନାହିଁ

ଆହେ ଋତୁରାଜ ତୁମରି ପଥକୁ

ଆକୁୁୁଳେ ରହିଛି ଚାହିଁ ।୬ା


ନ ଆସିିିଲେ ନାହିଁ ଭୁଲି ଯିବ ନାହିଁ

ପ୍ରତିକ୍ଷା କରିଛି ବୋଲି

ଆନ୍ତରିକତା ନଥିଲେ ନଥାଉ

ଚିଠି ଟିଏ ଦେବ ଖାଲି ।୭ା


Rate this content
Log in