ଚିଠି "ସ୍ମୃତି" ର-1
ଚିଠି "ସ୍ମୃତି" ର-1
ଚିଠି "ସ୍ମୃତି" ର-1
ତୋ ପଥପ୍ରାନ୍ତର ନାଟକରେ ଜୀବନର ସୁନ୍ଦର ବାର୍ତା ବାଂଟୁଥିଲା ବେଳେ
ମୁଁ ମନେ ମନେ ତାରିଫ କରୁଥିଲି ତୋ ଅଭିନୟ ଚାତୁରୀକୁ ,
ଏମିତି କେତେ ନାଟ ମଣ୍ଡପରେ ଲୁଚି ଲୁଚି ତୋ ନାଟକ ଦେଖିଛି, କେବେ କହିଁନି ତୋତେ,
କି ସୁନ୍ଦର...ଆହା...ପଥଚାରୀଙ୍କ ହୃଦୟର ରାଣୀ ତୁ,
କରତାଳିରେ ମୁ ବି ଖୋଜୁଥିଲି ଜୀବନର ସଂଜ୍ଞା ରଙ୍ଗମଞ୍ଚର ସଂଳାପରେ ....
କେତେ ଚୁପ ରହି ଅନ୍ୟକୁ ହସେଇବାର କଳା ବୋଧେ ମୁ ଶିଖିଚି ସେଇଦିନଠୁ
ଭଲ ଲାଗେନି କେହି କହିଦେଲେ, "ଅଭିନୟରରେ ମିଛ ବି ସତ ଲାଗେ"...
ମୁଁ ତୋତେ ଖାଲି ଜାଣେନି ବରଂ ବୁଝେ , ତୁ ପରା ଭିଜା ମାଟି
ତଥାପି ମୁ ବି ଦ୍ବନ୍ଦରେ ... "ଉନ୍ମାଦର ଚିର ପଣତ ରାଧା'ର ନା ମୀରା'ର "
ଦେଖିଲୁ ତୋ ପ୍ରତିଶୃତି'ର ପ୍ରସ୍ତୁତି ପଥ କେମିତି ଦୁର୍ବଳ ଦିଶିଲାଣି,
ହଁ..ଠିକ ଠଉରେଛିଈ.,ବୋଧେ ଭାବିଦେଲୁ ଆଉ ଗଢିବିନି ମୋ ଅକର୍ମଣ୍ୟ ପାଦରେ ତୋ ଘୁଙ୍ଗୁର'ର ତ୍ୱରଣ,...
ହେ...ମୁ ଅଫେରା ବାଟରେ ଯାତ୍ରୀ, ତୁ ଜାଣିଛୁ ......
ଅହରହ ଚେଷ୍ଟିତ ଯୁଝିବାକୁ ତୋ ଅକୁଣ୍ଠିତ ଅନୁଗ୍ରହର ପାଉଣା ମୁହୂର୍ତ ମୁହୂର୍ତ
କହିଲୁ ଥରେ ଏଇ ଚିଠି "ଚିର ପଣତ ରାଧା'ର ନା ମୀରା'ର
ଥରେ ପଛକୁ ଛାହିଁ ଦେଖ ! କେମିତ୍ତି ଡାକୁଛି ମୋ ଭିଜାମାଟି
ତୋ ଉପେକ୍ଷିତ ମଧୁଶଯ୍ୟାରେ ଆଜ଼ିବି ଚିକିମିକ ତାରା ମାନେ
ଫି ରାତି ମେଳି କରନ୍ତି କମନୀୟ କଅଁଳ ଶୃଙ୍ଗାରରେ
ତୁ ତୋ ନିଜେ ତୃଷ୍ନା , ନିଜେ ସାଗର , ନିଜେ ପ୍ରଣତି, ତୁ ବି ଚିନ୍ମୟୀ ..
ଅଲୋଡା ଅକ୍ଷର ସବୁକୁ ଲେଖନୀ ମୁନରେ ସଂପି ଦେଲାବେଳେ ମୋତେ ଲାଗେ
ତୁ ଅହିଶୁଲକ୍ଷଣୀ, ମୁ ନିଦା ବିଷ୍ଣୁ , ଯାହା ହାତରେ ଲେଖୁଛୁ ଏଇ ଚିଠି..
ସେଇ ଅବଜ୍ଞା ହାତରେ ଛାଡ଼ିଦେଇ ଆସିଲି ଦେବାଳୟରେ ଉନ୍ମୁକ୍ତ ସ୍ୱର୍ଗଦ୍ୱାର,..
ସେଇ ଚିଠି ଆଜିବି ଖୋଜୁଛି ବୁଢା ଶଙ୍ଖାରି,, ଓଗାଳୁଛି କୋହରେ
କାହ୍ନରେ, ତୁ ସତରେ କାହାର ?? ତୁ ପୁଷ୍ପ ପ୍ରଣତି'ର ନା ଯୋଉ ପବିତ୍ର କବୀର
ଗଢିଦେଇଛି ଅନ୍ଧାରକୁ କରିବାକୁ ଆଲିଙ୍ଗନ ନା ଭିଜାମାଟି'ର ଯିଏ ଏବେ ବି ଅପହଞ୍ଚ
ତଥାପି ମୁ ବି ଦ୍ବନ୍ଦରେ ଉନ୍ମାଦର ଚିର ପଣତ """ରାଧା'ର ନା ମୀରା'ର""