STORYMIRROR

Snigdha Nayak

Others

5.0  

Snigdha Nayak

Others

ଚିତ୍ରପଟ

ଚିତ୍ରପଟ

1 min
3.0K


ଆପେ ତୁଳିରୁ ଝରିଯାଏ ରଙ୍ଗ

ଆଙ୍କି ହୋଇଯାଏ ଆପେ ଛବି

ନ ଥାଏ ଲୋଡ଼ା ରଙ୍ଗ କି ରଙ୍ଗତୁଲୀ

ଭିନ୍ନ ଏକ ରଙ୍ଗ ଏ କୋହର

ତୁଳି ନୁହେଁ ତୁଳି ରୂପକ ହୃଦୟ ଏ ଯେ କାହାର ...।।


ଉଠା ପଲକେ ଭରିଯାଏ ଅଶ୍ରୁ ନାମକ ସ୍ୟାହି

ଝୁକେ ପଲକ ତ ବରଷିଯାଏ ହୋଇ ବାରିଧାରା

ସେ ସ୍ୟାହି ସୋସି ଲେଖିଯାଏ,କଲମ ରୂପକ ଓଠ

ନିଶବ୍ଦ ହୃଦୟରୁ ପୀଡା ନାମକ ଶବ୍ଦ

ହୁଏ କଣେ କଣେ ବିଛୁରିତ ସେତ ...।।


ସପନ ରେଣୁ ସଜେଇହୁଏ ଆପେ ସାତରଙ୍ଗେ

ଆକାଶ ବିହୁନେ ମନମନ୍ଦିରେ ହୁଏ ପୂର୍ଣ୍ଣିମା ରାତି

ସ୍ମୃତି ରୂପକ ଇନ୍ଦ୍ରଧନୁ ହୁଏ ଲୀନ,କୋହର ଯନ୍ତ୍ରଣା ପାଇ

ପ୍ରେମ ନାମକ କୁସୁମ ଝରେ ଗଙ୍ଗସିଉଳି ହୋଇ

ପୂର୍ଣ୍ଣମୀ ରାତି ଆସେ ଯେବେ ଅମାବାସ୍ୟାର ଜହ୍ନ ନେଇ..।।


ଜୀବନ ନାମକ ଏ ଚିତ୍ରପଟ ନ ହୁଏ ରଞ୍ଜିତ

ଲୁପ୍ତ ହୋଇଯାଏ ସ୍ମୃତି ରୂପକ ରଙ୍ଗ ମାନସ ପଟ୍ଟରୁ ଆପେ

ମୂଲ୍ୟହୀନ ଅସ୍ତିତ୍ବ ଆଉ ସ୍ଥିତି ହୀନ ସମ୍ପର୍କର ନିଡ଼ ଯେବେ ଭାଙ୍ଗେ

ବହିଯାଏ ସବୁ ରଙ୍ଗ ଜୀବନର ବେରଙ୍ଗ ହୋଇ

ମିଥ୍ୟା ପୃଷ୍ଟ ଭୂମିରେ ସ୍ୱପ୍ନର ସୌଧ ହୋଇଯାଏ ଯେବେ ଗଢ଼ି...।।


ସ୍ନିଗ୍ଧା ନାୟକ,କୋଟା, ରାଜସ୍ଥାନ ।

9078747651


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍