Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Others

3  

rasmi maye pati

Others

ଚିରନ୍ତନ ସତ୍ୟ

ଚିରନ୍ତନ ସତ୍ୟ

1 min
4


ଅସତ୍ୟ ଭିତରେ ଏକମାତ୍ର ସତ୍ୟ 

 ଲାଗୁଚି ଭାରି ନିଜର 

ଚିହ୍ନିବା ଲୋକ ତ ଅଳପ ବହୁତ 

 ତଥାପି ସେ ନାମ ସାର ୧

ମାୟାର ଜାଲରେ ଏ ଜଗତ ବନ୍ଧା

  ଅଣନିଃଶ୍ୱାସ ଲାଗୁଚି 

ସେ ନାମରେ ଭରା ମୁକ୍ତ ସମୀରଣ

  ଭଜିବା ଲୋକ ଜାଣିଛି ୨

ମରୀଚିକା ମୟ ଏ ସାରା ଜଗତ 

 ସେ ହିଁ ଏକ ଜଳାଶୟ

ବିଷକୁମ୍ଭ ସମ ଏ ସାରା ଭୁବନ 

 ସେ ହିଁ ଅମୃତ ପାଥେୟ୩

ବାଲିଘରମୟ ଆୟୁ କ୍ଷଣିକର

 ଖେଳିଛି ସାରା ଜଗତ 

ଏକ ପରଂବ୍ରହ୍ମ ନିଦା ବିଷ୍ଣୁ ସେହି

ସେହି ଚିରନ୍ତନ ସତ୍ୟ



Rate this content
Log in