ଚିନ୍ତା
ଚିନ୍ତା
ବେଳେବେଳେ ଏମିତି ମୁହୂର୍ତ୍ତ ଆସେ,
ମଣିଷ ଜାଣିପାରେନି ଭୁଲ୍-ଠିକର ଉତ୍ତର,
ହସ ଲୁହର ଜୀବନ ଭିତରେ,
କେତେବେଳେ ହୋଇଯାଏ ଚିନ୍ତାଗ୍ରସ୍ତ ।
ସୁନେଲି କିରଣ ଦେଉଥିବା ଶଶୀକିରଣ,
ଲାଗେ ସତେ ଯେମିତି ଅନ୍ଧକାରମୟ,
ଶୁଭାଯାଏ କୁକୁରମାନଙ୍କ ବିଳାପ ଶବ୍ଦ,
ପ୍ରତୀତ ହୁଏ ଆଶା-ଆକାଂକ୍ଷାର ବିଳୟ ।
ଶ୍ୱେତ ବସ୍ତ୍ରଧାରୀ କେହି ଜଣେ,
ପାଖକୁ ହାତ ମେଲେଇ ଡାକୁଛି,
ଆରପାରିରେ ସାଥି ହୋଇ ଯିବାପାଇଁ,
ମୃତ୍ୟୁପରାନ୍ତ ରଥ ଠିଆ ହୋଇଛି ।
ଅନ୍ତତଃ ମୋ ଆତ୍ମା କହୁଛି,
ଏସବୁ ଏକ ଚକ୍ଷୁର ଭ୍ରମ,
ଚିନ୍ତା କେବେ ଚିରସ୍ଥାୟୀ ନୁହଁ,
ସମୟ ସ୍ରୋତରେ ଅତୀତ ଭସ୍ମମାନ ।
କର୍ତ୍ତବ୍ୟର ଆହ୍ୱାନରେ ସତ୍କାର୍ଯ୍ୟ କରି,
ନିସ୍ୱାର୍ଥ ମଣିଷ ସେବା କଲେ,
ଦୂର ହେବ ସବୁ ଚିନ୍ତା,
ଅନାଦି ଅନନ୍ତଙ୍କ କୃପା ବଳେ ।