STORYMIRROR

Santosh Kumar Misra

Others

4  

Santosh Kumar Misra

Others

ଛୁରୀ

ଛୁରୀ

1 min
357


ତୃପ୍ତ ମୁହୂର୍ତ୍ତମାନଙ୍କରେ

ଖୁବ୍‌ କସରତିଆ ଧାଁ ଦୌଡ

ଭିତରେ

ମୁଁ ଚାହୁଁଥିଲି ମୁଠେଇ

ଧରିବାକୁ

ବିଗତ ଦିନର କିଛି ମିଠା

ମିଠା ସ୍ମୃତି

ପୁଞ୍ଜି କରି ଆଗାମୀ

ସକାଳର 

ଏକ ନୂତନ ସର୍ଜନା ପାଇଁ

ଫଳପ୍ରସୂ ହେଇପାରିଲାନି

ମୋ ପ୍ରୟାସ

ହୁଏତ କିଛି ଅଚିହ୍ନା

ଚକ୍ରବାତର ଉତ୍ପୀଡନରେ

ଡିଆଁ ମାରି ଖସିଗଲେ

ସ୍ମୃତି ସବୁ

ମୋ ହାତମୁଠାରୁ

ମୁଁ ପୁଣି ହେଇଗଲି ଏକା

ଏକା ଠେଙ୍ଗୁଆ ମଣିଷଟିଏ

ଅଭିମାନୀ ବାକିଆ ଜୀବନ

ମୋ ଜୀଇଁ ରହିବାକୁ 

ସଘନ ଆବଶ୍ୟକ କରୁଥିଲା

କିଛି ନିବିଡ ସମବେଦନାର

ଫୁଆର

ଯାହା ସାଉଁଟି ନେବାରେ

ମୋ ଅସାମର୍ଥ୍ୟତା

ଖାଲି ରଖିଦେଲା ମୋର

ଅଣ୍ଟି

ମୋ ଚଉହଦି ମଧ୍ୟ

ଏବେ କିନ୍ତୁ ଜଗୁଛି ମୁଁ

ମୋର ଖାଲି ଅଣ୍ଟିକୁ

କେହି ହୁଏତ ଭରି

ଦେଇପାରେ ସେଠି ଛୁରୀଟିଏ 

ହେଉ ପଛେ ଅନ୍ଥରା

ନିଜ ତଣ୍ଟି କଟିଯିବାର

ଭୟ ଯେଣୁ 

ଜଡିତ ତହିଁରେ

ସବୁ ଛୁରୀକୁ ଗୋଟେଇଆଣି 

ନଷ୍ଟ କରିଦେବାର କଳ୍ପନା

କଅଣ ଭଲ ନୁହେଁ

ତେବେ ଡେରି କିଆଁ

ପାଞ୍ଚ ପଚିଶ ପଛେ

ସରିଯାଉ ମୁଣାରୁ 

ନଷ୍ଟ କିନ୍ତୁ

ହେଇଯାଆନ୍ତୁ ସବୁ ଛୁରୀ ମାନ

ଶାନ୍ତିର ପ୍ରଥମ ସୋପାନରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍