STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଛତ୍ରପତି ଶିବାଜୀ

ଛତ୍ରପତି ଶିବାଜୀ

1 min
257

ଇତିହାସ ଆଜି ମୁକସାକ୍ଷୀ ହୋଇ

ଗାଉଛି ପ୍ରେମର ଗାଥା

ଯାହା କରିଅଛ ଗୁରୁଙ୍କ କୃପାରୁ

ହୃଦୟେ ଥୋଇକି ବ୍ୟଥା?୧


ଏହି ଭାରତରେ ତୁମେ ଏକା ଜଣେ

ଯିଏ ଲୋକଙ୍କର ଦୁଃଖ

ବୁଝିକି ନିଜକୁ ନିଃସ୍ୱାର୍ଥ କାମରେ

ପାଇଛ କ'ଣ ବା ସୁଖ?୨


ଗୁରୁଙ୍କ ଆଜ୍ଞାରେ ଯାହା କରିଅଛ

ଭାଷା ନାହିଁ କହିବାକୁ

ତୁମେ ତ ସତରେ ସଂସାର ହାଟରେ

ଯୋଗ୍ୟ ରାଜା ହୋଇବାକୁ।୩


ସତ୍ୟ ଆଉ ନ୍ୟାୟ ହୃଦୟେ ଥୋଇକି

କରିଛ ଅନେକ କାମ

ଗୁରୁଙ୍କର ଆଜ୍ଞା ପାଳନ କରିବା 

ହୃଦେ ଥୋଇ ଯଥା ପ୍ରେମ।୪


ଗୁରୁ ହିଁ ଈଶ୍ୱର ଏକା ବୁଝିଥିଲ

କର୍ତ୍ତବ୍ୟଟି ପ୍ରାଣପଣେ

ବିନା ପରାମର୍ଶେ କରିଛି କି କିଏ

ତୁମ ପରି ଏଠି ଜଣେ?୫


ଜଗତ ତୁମକୁ ମନେ ରଖିଥିବ

ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏ

ସତରେ ଲୋକଙ୍କ ଛତ୍ରପତି ପରି

ହେବାକୁ ଇଚ୍ଛା କି ଥାଏ?୬


ସେଥିପାଇଁ ବୋଧେ ଛତ୍ରପତି ବୋଲି

ପାଇଅଛ ଉପାଧିଟେ

ତୁମର ସ୍ବରୂପ ପୃଥିବୀ ପୃଷ୍ଠରେ

ମିଳିବେନି ଯମା ମୋଟେ।୭


କର୍ମର ଅଧୀନ ଛତ୍ରପତି ତୁମେ

ନ୍ୟାୟାଧୀଶ ଏ ବୁକୁରେ

ତୁମକୁ ହରାଇ ଲୋକଙ୍କ ଆଖିରେ

ଲୋତକ ନିଇତି ଝରେ।୮


ବଡ଼ ଭାଗ୍ୟବାନ ତୁମେ ହେ ଶିବାଜୀ

ବଡ଼ ଗୁରୁଟିଏ ପାଇ

ଧନ୍ୟ ହୋଇଗଲ ଜଗତ ଭିତରେ

ତୁମ ପରି କିଏ କାହିଁ?୯


ପ୍ରଣାମ ଘେନନ୍ତୁ ଛତ୍ରପତି ଆଜି

ଏ ନୀଚ୍ଚ ଅଧମ ଠାରୁ

ମହାଭୀରୁ ପରି ଜନ୍ମ ହୋଇଅଛି

ଡରି ବାହାରୁନି ଘରୁ।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍