STORYMIRROR

Tapan Kumar Biswal

Children Stories Classics Inspirational

3  

Tapan Kumar Biswal

Children Stories Classics Inspirational

ଛତା

ଛତା

1 min
144

ଛତା

*****


ମୁଁ ସମସ୍ତଙ୍କ ମୁଣ୍ଡ ଉପରେ ଥାଏ ବୋଲି

କେବେବି ଗର୍ବ କରେନି

ପଥିକଙ୍କୁ କିଛି ମାତ୍ରାରେ ସାହାଯ୍ୟ କରିଥାଏ ବୋଲି

ମୋ ମନରେ ଅସୁମାରୀ ଆନଦ ll


ଖରା ହେଉ ଅବା ବର୍ଷା

ମୁଁ ଥାଏ ସଦା ସର୍ବଦା

ପଥିକଙ୍କ ସହିତ

ଯାହା ହେଉ ଏତିକି ଭରସା ତ

ମୋ ଉପରେ ଅଛି ସେମାନଙ୍କର

ମୁଁ ମଧ୍ୟ ଠକି ଦିଏ ନାହିଁ କେବେ କାହାକୁ

ସେ ଛୋଟ ହେଉ ଅବା ବଡ଼ ll


ଢୋ ଢୋ ବର୍ଷା ହେଉ

କିମ୍ବା ଟାଇଂ ଟାଇଂ ଖରା

କିଛି ମାତ୍ରାରେ ତ ସୁରକ୍ଷା ଦେଇପାରେ

ପଥିକ ମାନଙ୍କୁ

ଏହା ହିଁ ମୋର ଭାଗ୍ୟ 

ଆତ୍ମତୃପ୍ତି ମିଳେ ସେଥିରୁ

ତାହା ସମସ୍ତଙ୍କ ଭାଗ୍ୟରେ ଜୁଟେନାହିଁ ll


ବର୍ତ୍ତମାନ ପରିସ୍ଥିତି ରେ ମୋର

ପରିବର୍ତ୍ତନ ହୋଇଛି ଆକାର ଓ ରଙ୍ଗର

କିନ୍ତୁ ସଂଜ୍ଞା ସେମିତି ଅଛି

ମୁଁ କେବେ ଛଳନା ଓ କପଟ 

କରିନି କିମ୍ବା କରିବିନି

ଏହା ହିଁ ମୋର ଅଟଳ ପ୍ରତିଜ୍ଞା ll


କେହି କେବେ ବି

ମୋତେ କରି ନାହାନ୍ତି ହତାଦର

ଦୁନିଆ ମୋତେ ଜାଣନ୍ତି ଛତା ନାମରେ

ମୁଁ ସଭିଙ୍କ ବିଶ୍ୱାସୀ ଓ ପ୍ରିୟ

ଭାଙ୍ଗିବିନି କାହାର ବିଶ୍ୱାସ

ବଞ୍ଚିଥିବା ଯାଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍