ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ
1 min
175
କି ସୁନ୍ଦର ସତେ ଘରଟି ଆମର ହସଖୁସି ପରିପୂର୍ଣ୍ଣ
ମମତା ଡୋରି ରେ ବାନ୍ଧି ହୋଇ ଅଛୁ ଜୀବନଟା ଛନ୍ଦହୀନ ।
ନାହଁ ଭେଦ ଭାବ ଆମରି ମନରେ ରହୁ ସର୍ବେ ମିଳି ମିଶି
ଦୁଃଖ କଷ୍ଟ ଯେତେ ଆସିଲେ ବି ଆମେ ସହିଯାଉ ହସି ହସି।
ରାଗରୋଷ ହିିଂସା ମାୟା ମୋହ ଏଠି ପାରେନାହି ଜମା ରହି
ସ୍ନେହ ପ୍ରେମ ମୈତ୍ରୀ ଶକ୍ତ ଦଉଡ଼ିରେ ରହିଅଛୁ ବାନ୍ଧି ହୋଇ ।
ଛନ୍ଦ କପଟର ସ୍ଥାନ ନାହିଁ ଏଠି ଅଟଇ ପୂଣ୍ୟ ଭବନ
ମିଳିମିଶି ସର୍ବେ ରହୁଛୁ ଏକାଠି ଜୀବନଟା ଛନ୍ଦ ହୀନ ।
