ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ




ତୁମ ବିନା ରାଧା ରଙ୍ଗହୀନ ଲାଗେ
ମୋ ପ୍ରେମର କୁଞ୍ଜବନ
ତୁମ ବିନା ରାଧା ବେସୁରା ଲାଗଇ
ଏଇ ମୋର ବଂଶୀ ଶ୍ବନ
ତୁମ ବିନା ରାଧା ଭଲ ଲାଗୁନାହିଁ
ଆଉ ସେ ଯମୁନା ନଈ
ତୁମ ବିନା ରାଧା ନୁପୁର ଶବଦ
ଆଉ ଯମା ଶୁଭୁନାହିଁ
ତୁମ ବିନା ରାଧା ରଙ୍ଗ ଖେଳିବାକୁ
ଭଲ ଜମା ଲାଗୁନାହିଁ
ତୁମ ବିନା ରାଧା ଫୁଲ ଫଗୁଣଟା
ବାସ ଜମା ଦେଉ ନାହିଁ
ତୁମ ବିନା ରାଧା ବସନ୍ତେ କୋଇଲି
ଗାଉ ନାହିଁ ଆଉ ଗୀତ
ତୁମ ବିନା ରାଧା କଦମ୍ବ ମୂଳରେ
ଛୁଟେ ବିରହର ଗୀତ
ତୁମ ବିନା ରାଧା ସବୁତ ଅଧୁରା
ତୁମେତ ଫେରିଲ ନାହିଁ
ତୁମ ବିନା ରାଧା ଅକାରଣେ ଆଜି
ସଞ୍ଜ ଆସେ ନଇଁ ନଇଁ ।