STORYMIRROR

Jagabandhu Sahu

Others

4  

Jagabandhu Sahu

Others

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
224

ତୁମ ବିନା ରାଧା ରଙ୍ଗହୀନ ଲାଗେ

  ମୋ ପ୍ରେମର କୁଞ୍ଜବନ

ତୁମ ବିନା ରାଧା ବେସୁରା ଲାଗଇ

   ଏଇ ମୋର ବଂଶୀ ଶ୍ବନ

ତୁମ ବିନା ରାଧା ଭଲ ଲାଗୁନାହିଁ

   ଆଉ ସେ ଯମୁନା ନଈ

ତୁମ ବିନା ରାଧା ନୁପୁର ଶବଦ

   ଆଉ ଯମା ଶୁଭୁନାହିଁ

ତୁମ ବିନା ରାଧା ରଙ୍ଗ ଖେଳିବାକୁ

   ଭଲ ଜମା ଲାଗୁନାହିଁ

ତୁମ ବିନା ରାଧା ଫୁଲ ଫଗୁଣଟା

   ବାସ ଜମା ଦେଉ ନାହିଁ

ତୁମ ବିନା ରାଧା ବସନ୍ତେ କୋଇଲି

      ଗାଉ ନାହିଁ ଆଉ ଗୀତ

  ତୁମ ବିନା ରାଧା କଦମ୍ବ ମୂଳରେ

       ଛୁଟେ ବିରହର ଗୀତ

ତୁମ ବିନା ରାଧା ସବୁତ ଅଧୁରା

   ତୁମେତ ଫେରିଲ ନାହିଁ

ତୁମ ବିନା ରାଧା ଅକାରଣେ ଆଜି

     ସଞ୍ଜ ଆସେ ନଇଁ ନଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍