STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
206


ଛନ୍ଦହୀନ ଜୀବନ ନରକ ସମାନ

ବୁଝେ ସିଏ ଯିଏ ଜାଣିଛି ଜୀବନ 

କହେ ଜୀବନର ସତ୍ୟ ବୁଝିପାରି

ଛନ୍ଦରେ ରହିଛି ଆନନ୍ଦ ବିସ୍ତାରି। 


ଯୁକ୍ତି କଲେ କଥା ଛିଡେ ନାହିଁ କେବେ 

କହିଦେଲେ ପ୍ରେମ ଆସେକି ଆସ୍ରବେ

ଜୀବନ ର ଛନ୍ଦ ଅଛି ଯାର ପାଖେ

ବସନ୍ତ ର ବାସ ସଦା ତାର ପକ୍ଷେ।


ଛନ୍ଦ ଯାର ସ୍ଵାଦ ହୁଏ ପ୍ରତିଶୋଧ

ଅଟଳ ପ୍ରକାଶ କରେ ବିଷ୍ଣୁଗୁପ୍ତ

ନିଷ୍ଠାରେ ଛନ୍ଦରେ ହେଲେ ସେ ଉଦାତ୍ତ 

କରିବାକୁ ଧ୍ବଂସ କରୁଥାଏ ବ୍ରତ ।


ଅହିଂସା ଛନ୍ଦରେ ଅଟଳ ବାପୁଜୀ 

ବାଧା ବିଘ୍ନ ସତ୍ତ୍ବେ ମାରିଥିଲେ ବାଜି

ସାହାସ ବିକ୍ରମ ପରାକ୍ରମେ ପ୍ରେମ 

ନେତାଜୀଙ୍କ ଗାଥା ନୁହେଁ ନିପତନ।


ପ୍ରେମ ଛନ୍ଦେ ନର ନାରୀ ଠାରେ ଭାରି

ପ୍ରେମର ସୌରଭ ସବୁଠି ସୁମାରି

ପ୍ରେମ ଏକ ଛନ୍ଦ ସ୍ୱଭାବେ ସଲିଳ 

ପ୍ରେମ ହୃଦୟର ହ୍ରାଦିନୀ ହିଲ୍ଲୋଳ ।


ଗୁଣବତ୍ତା ଠାରୁ ବିଷୟଜ ପ୍ରେମ

ସଫଳ କରାଏ ସଦ୍ଭାବ ର ଛନ୍ଦ

ସମର୍ପଣ ଭାବ ହୃଦୟର ଛନ୍ଦ

ସମର୍ପଣେ ସଦା ବହେ ମକରନ୍ଦ ।


ଛନ୍ଦରେ ନଥିଲେ ଜୀବନ ସମ୍ପନ୍ନ 

ସଫଳତା ହୁଏ ଜୀବନୁ ବିଚ୍ଛିନ୍ନ 

ସମୟ ଚକ୍ରରେ ଏସାରା ସଂସାର 

ଛନ୍ଦ ବିନା କାର ନାହିଁ ଉପଚାର। 



Rate this content
Log in