STORYMIRROR

Bunee Tripathy

Others

3  

Bunee Tripathy

Others

ଛଳନାର ମୁଖା

ଛଳନାର ମୁଖା

1 min
122


ତୁମେ ଆଉ ମୁଁ ମିଶି

ଦେଖିଥିଲେ କେତେ ସ୍ବପ୍ନ

ଗଢ଼ିବାକୁ ନିଡ଼ଟିଏ

ହେଲେ

ସେ ସବୁ ଯେ ମିଛଥିଲା

ଜାଣିବାକୁ ଡେରିହେଲା

ଧରାପଡିଗଲା କୃତ୍ରିମର ହସ

ଖୋଲିଗଲା ମିଛର ଖୋଳପାଟା

ପ୍ରେମର ସାହାରା ନେଇ

କରୁଥିଲ ଷଡଯନ୍ତ୍ର

ସଜେଇଲ କଳଙ୍କିନୀ

କୁମାରୀରୁ କରିଦେଲ ନାରୀ

ପ୍ରୀତିର ପାରାବାରେ କଲି ସର୍ମପଣ

ସାଜି ନିର୍ଝରିଣୀ

ହୋଇଗଲି ଏକ।


ହାଏ,

 ଭାବିଥିଲି ପ୍ରେମତ ଶାଶ୍ବତ

ଛଳନାର ନଥାଏ ତ ସ୍ଥାନ

ମନର ମନ୍ଦିରରେ

ସଜାଏ ଦେବତା,

ପୂଜୁଥିଲି ନିତି

ହେବାପାଇଁ ସୌଭାଗ୍ଯବତୀ ।

ହେଲେ ତୁମେ କିନ୍ତୁ

ଖେଳୁଆଡ ମନନେଇ

ଖେଳୁଥିଲ ସାଥେମୋର

ନିବାରିଲ ନିଜ କାମନାର ତୃଷା

ଆଉ ତାପରେ

ରଚିଲ ଚକ୍ରବିହୋ

ସପ୍ତରଥି ଆକ୍ରମଣେ

କ୍ଷତାକ୍ତ କରିଲ ମୋତେ

ଉପହାସ କଲ ପ୍ରେମକୁ ମୋ

ଭିଜାଇଲ ଲୁହର ବନ୍ଯାରେ

କାହିଁକି ନାରୀ ସଙ୍ଗେ

କର ଭେଦାଭେଦ ।

ପରଝିଅ ବୋଲି ସିନା

କରିଗଲ ବେଭିଚାର

ସର୍ବଂସହା ବୋଲି ନାରୀ

ହସିହସି କରିଦିଏ କ୍ଷମା।

ନିଜର ଜାଲରେ

ନିଜେପଡି ଛନ୍ଦି ହୋଇଯିବ

ନଥିବେ ତ କେହି

ପାଖରେ ତୁମର

ସେଦିନ ବୁଝିବ

ଷଡଯନ୍ତ୍ର ମାନେ କଣ ?


ପ୍ରେମ ନୁହେଁ ଖେଳନା

କର୍ତ୍ତବ୍ୟ ନୁହେଁ ଛଳନା

ଅନେକ ଭିତରେ "ଏକ"କୁ

ଖୋଜିବାର ବାହାନାରେ

ହଜିଯିବ କେତେବେଳେ

କାଳର କରାଳ ସ୍ରୋତରେ।

ଜାୟା ,ଜନନୀ,ଭଗିନୀର ରୂପନେଇ

ଯେଉଁ ନାରୀ ହୁଏ ଆର୍ବିଭୁତା

ତାକୁ ତୁମେ କର ଅବହେଳା

ଆଲିଙ୍ଗନ ବାହାନାରେ

ପଛଆଡୁ କରୁଛ ଆଘାତ ?

ଏବେଠାରୁ ହୁଅ ତ ସର୍ତକ

ଛଳନା ତ ନୁହେଁ ଦୀର୍ଘସ୍ଥାୟୀ

ଛଳନା ତ ନୁହେଁ ଦୀର୍ଘସ୍ଥାୟୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍