STORYMIRROR

Bunee Tripathy

Others

4  

Bunee Tripathy

Others

ଛଳନାର ଅଭିନୟ

ଛଳନାର ଅଭିନୟ

1 min
531

ଜୀବନର ଦୋଛକିରେ

ଠିଆ ହୋଇଥିବା ମଣିଷଟା

ସାହାରା ପାଇଁ ହାତ ବଢେଇ

ଚୋରାବାଲିରେ ଲୁଚିଯିବା ଆଗରୁ

ଯିଏ ମୋତେ

କରିଲା ଉଦ୍ଧାର

ତାହା ଯେ ଛଳନାର

ଅଭିନୟ ,ଜାଣିଲା ବେଳକୁ

ମୁଁ କିନ୍ତୁ

ପୋତି ହୋଇଯାଇଥିଲି

କଳଙ୍କର ପଙ୍କ ଭିତରେ ।


ମୋ ବିଶ୍ବାସ ଟା ଯେ

ତାପାଇଁ ମିଛଥିଲା

ଛଳନାର ମୁଖା ପିନ୍ଧି

ଛଉନୃତ୍ଯର ତାଳେତାଳେ

ଅଭିନୟ କରି

ଯତାଇବାକୁ ଚାହୁଁଥିଲ

ତୁମେ ଏକପତ୍ନୀ ବ୍ରତଧାରି।


ନାରୀ ଅଟେ ନମସ୍ଯା

ହସଲାଗେ ଅଭନୟର

ପଶାପାଲିରେ ଖେଳୁଥିବା

ପଶାକାଠି ପକାଇ

ଶକୁନୀର କୃରତାରେ

ନିଜକୁ ସଜେଇ

ଓଠରେ ଭରିଛ

ଛଳନାର ହସ

ଆଖିରେ କାମନାର ଅଗ୍ନି

ନାରୀକୁ ଆକର୍ଷିତ

କରିବାର ସମସ୍ତ କଳାକୁ

ଅଭିନୟରେ ପ୍ରୟୋଗ କରି

ତୁମେ ପାଲଟି ଯାଇଛ

ଏକ ଆର୍ଦଶ ମାନବ ।


ଅଭିନୟଟା ଜୀବନ୍ତ କରିବାକୁ

ଆଲିଙ୍ଗନର ମୁଦ୍ରାରେ

ମିଛ ବନ୍ଧନରେ

ବାନ୍ଧିଦେଇ ମୋତେ

କଳଙ୍କର ରଙ୍ଗରେ

ରଙ୍ଗିନ କରି

ଦୁନିଆଁ ଦାଣ୍ଡରେ

ସଜେଇ ଦେଲ କଳଙ୍କିନୀ କରି ।


Rate this content
Log in