STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଛିଣ୍ଡାଇ ଦିଅ ଏ ଶୃଙ୍ଖଳ

ଛିଣ୍ଡାଇ ଦିଅ ଏ ଶୃଙ୍ଖଳ

1 min
11.7K

ପରାଧୀନତାର ବେଡି ବନ୍ଧନେ ଅନ୍ଧାର କାରାଗାରେ

କେତେ ଅମୂଲ୍ୟ ଜୀବନ ସମ୍ପଦ‌ ଲିଭିଲା ଅବେଳରେ ।।


ସ୍ଵାଧୀନତାର ସୂର୍ଯ୍ୟ ଦେଖିବାକୁ ଆଶା ବିଶ୍ଵାସ ନେଇ

ନିର୍ଭୀକ ସେ ସ୍ଵାଧୀନ ସଂଗ୍ରାମୀ ଅଗ୍ନିକୁ ପଡ଼ିଲେ ଡେଇଁ ।।


ସେ ଯଶ କୀର୍ତ୍ତି ଖ୍ୟାତି ଅର୍ଜନେ ଉଇଁଲା ସ୍ଵାଧୀନ ସୂର୍ଯ୍ୟ

ପୂର୍ବ ଦିଗୁ ବାଜି ଉଠିଥିଲା ପ୍ରଭାତର ବୀର ତୁର୍ଯ୍ୟ ।।


ପ୍ରଷ୍ଫୁଟିତ ହେଲା ସ୍ଵତନ୍ତ୍ରତାର ପଦ୍ମ ସରସୀ ନୀରେ

ଉଡ୍-ୟମାନ ଭୃଙ୍ଗେ ବାଇଲେ ବୀଣା ଗୁଣୁଗୁଣୁ ସ୍ଵରେ ।।


ଛିଣ୍ଡାଇଦେଇ ହସ୍ତୁ ଶୃଙ୍ଖଳ ଭାଙ୍ଗି ଦେଇ କାରାଗାର

ସର୍ବେ ସେଦିନ ଗୈାରବ ଭରେ ଗାଉ ଥିଲେ ବାରମ୍ଵାର ।।


ଜାତୀୟ ଗୀତିର ବୀର ନିର୍ଘୋସେ ନୃତ୍ୟର ତାଳେ‌ତାଳେ

ପରାଧୀନତାର ସୂର୍ଯ୍ୟ ‌ସେଦିନ ଡୁବିଲା ଅସ୍ତାଚଳେ ।।


ବୈକୁଣ୍ଠୁ ଭାରତେ ଭାରତୀ ସଙ୍ଗତେ ଲକ୍ଷ୍ମୀ ନାରୟଣ

ସେଦିନୁ ଏମାଟି ହୃଦ ମନ୍ଦିରେ କରନ୍ତି ଅବସ୍ଥାନ ।।


ନାହିଁ ଡର ଭୟ ସାର୍ବଭୌମତ୍ୱ ଦେଶ ଭାରତବର୍ଷ

କରୋନା ଶୃଙ୍ଖଳ ଛିଣ୍ଡାଇରେ ରଖିବା ଦେଶ ଉତ୍କର୍ଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍