STORYMIRROR

Sunanda Mohanty

Others

3  

Sunanda Mohanty

Others

ଛାୟା ର ମାୟା

ଛାୟା ର ମାୟା

1 min
198

କାଉ ଡାକିଦେଲା ସକାଳ ହେଲା ସିନ୍ଦୁରା ଫାଟିଲା,

ତମେ ଉଇଁଲ.

ତମେତ ସକଳ ଶକ୍ତିର ଆଧାର ହେ ଛାୟାକାନ୍ତ,

ଜଗତ ଜିଣିଲ.

କିଏ କହେ ଦେଖିନାହିଁ ଛୁଇଁନାହିଁ ଭଗବାନଙ୍କୁ,

ତୁମ ଛଡା ସିଏ କିଏ କହିଲ.

ମିଛରେ ମଣିଷ କେତେ ନାମେ ଜପେ,

ଅଦୃଶ୍ୟରେ ଥାଇ ସବୁ କରିଲ.

ମୋ ଚଲାପଥେ ଯେତେ ଆବର୍ଜନା,

ତମେ ପ୍ରଭୁ ସବୁ କଢ଼ାଇନେଲ.

ତବ ପ୍ରକାଶରେ ସବୁ ଅପ୍ରକାଶ୍ୟ,

ମିଛରେ ମଣିଷ ଖାଲି କଲବଲ.

କସ୍ତୁରୀ ମୃଗର ନାଭିଦେଶେ ଥାଇ,

ଖୋଜୁଛି ଯେପରି କରି ହୁଲସ୍ତୁଲ. 


ବୁଝିବାର ବେଳ ଆସିନି ତଥାପି,

ମଣିଷ ଆଖିରେ ବୁଢିଆଣୀ ଜାଲ.

ଜାଲରେ ପଡିକି ମାୟା ଭିତରେ,

ବାଟବଣା ଏଠି ଜୀବ ସକଳ.

ଡହଳ ବିକଳ ଅନ୍ଧାରେ ସକଳ,

ମାୟାଧର ଏଠି ବିଛାଏ ଜାଲ.

ବୁଝିଯା ମନୁଆ ଅଢେଇ ଦିନର,

କେତୁଟା ଶାଲ.

ଆଜି ଚାଲିଗଲେ କାଲିକି ଦି ଦିନ,

ମୂଲ୍ୟହୀନ ରାଗରୋଷ ପୁଣି ଭେଲ ଅଭେଲ.

ବୁଝିଗଲିଣି ମୁଁ ନବଗ୍ରହେ ସାର ତୁମ୍ଭେ ପ୍ରଭୁ ସୂର୍ଯ୍ୟଦେବ, ଛାୟା ପ୍ରଖର ଭିତରେ କେତେ ଶୀତଳ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍