STORYMIRROR

Maitreyee Kamila

Others

3  

Maitreyee Kamila

Others

ଛାଇ

ଛାଇ

1 min
24


ଏମିତି ଛାଇ ଆଲୁଅ ରେ ନିତି

ଭିଜୁଥାଏ ଦିନରାତି

ମୁଁ ରାତ୍ରିର ନୀଳକଇଁ

ସୂର୍ଯ୍ୟ ଉଇଁବା ପୂର୍ବର

କାହାଣୀ ତଥାପି ବାକି ଥାଏ

ଅପେକ୍ଷା ରେ ଥାଏ ଶେଷ ପୃଷ୍ଠା

 ଛାଇ ସହ ଭେଟ ହୁଏ ନିତି

ଉଦାସୀ ପଣର ଛବିଟିଏ

କେମିତି କେଜାଣି ସାମ୍ନାକୁ ଆସେ

ଅଳସ ସଂଜରେ


ଏଇ ଛାଇ ଆଲୁଅରେ ଦେଖା 

ସବୁ କଥା କଣ ଠିକ ଠିକ କହିହୁଏ

ତୁମ ରାଣ ନିୟମ ସବୁ ଭୁଲେ

ଅସୁମାରୀ ଲୁହ ର କୋହ ରେ


ସଂଜ ସଳିତା ରେ ଯେବେ ତୁମ ମୁହଁ ଦିଶେ

ତୁମ ମୁଂହ ଛାଇ ଆଲୁଅ ରେ 

ଭାରି ନିଜର ଲାଗେ

ସତରେ ପ୍ରଭୁ କହିବ କି ଥରେ

ତୁମେ କାହାର

ରାଧାର ନା ମୀରାର


ଏ ସହର ରେ ସବୁ ପର

ନିଜ ଛାଇ ବେଳେବେଳେ 

ଗୋଡ଼ାଇ ନିଏ

ନିଜକୁ ନିଜର ଭିତରେ

ସେତେବେଳେ ସଂଜ ଆସେ

ଆମ ଗାଁ ଗହୀରି ରେ


 ବେଳେ ବେଳେ ଅପରାହ୍ନ ର ଛାଇ

ଦେଖି ପଚାରେ ତୁମ ଆସିବା କଥା

ସେ ତ ଏରୁଣ୍ଡି ବନ୍ଧ ପାଖରୁ

ମୁହଁ ଫେରେଇ ନିଏ


ସେଇ ଛାଇ ଆଲୁଅ ର ଖେଳ

କେତେବେଳେ ପୁଣି ସାମ୍ନାରେ ଜହ୍ନ

ଆଉ ସାରା ସହର ଭିଜୁଥିବ

ଶୁନଶାନ ରାସ୍ତାରେ ଏକା ଏକା


 ଏତେ ସବୁ ରାସ୍ତା

ସଜାଡ଼ିଲା ପରେ

କେମିତି ଝୁଣ୍ଟିଲ

ପୁଣି ଛାଇ ଆଲୁଅରେ


ଆଜି ପରା ଦେଖା ସମୟର

ଅଦୃଷ୍ଟ ଛାଇ ତଳେ

ଜମିଥିବା ଉଷମ ପରସ୍ତ

ଯାହା ମନେ ପକାଇ ଦିଏ ମୋ ଗାଁ ପୋଖରୀ ନଡ଼ିଆ ଗଛ ଛାଇ ତଳେ

ଅଦୃଶ୍ୟ ସେ ଶୁଖିଲା ପଣ

ଧୁ ଧୁ ଖରାବେଳେ

ସମୟ କୁ ନୀତି ଚହଲାଉଥାଏ।


 ଅପରାହ୍ନ ର ଛାଇ

ବାଟ ଓଗାଳିଛି ପବନକୁ

ସଜଳ ଆଖିରେ ଚାହିଁ ରହିଛି

ବୁଢ଼ୀମା ତା ପୁଅ ର ଫେରିବା ବାଟକୁ


 ସାଗର ର ବେଳାଭୂମି ରେ ମିଶୁଥାଏ

କେତେ କେତେ ଢେଉ

ଲୁହ ସବୁ ଭିଜେଇ ଦିଏ

ସମୟ କୁ ପଛ କରି

ଛାଇ ଲାଗେ ଭାରି ନିଜର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍