ଛାଇ ! ---------- ଛଇ ।
ଛାଇ ! ---------- ଛଇ ।
ଛାଇ ! ---------- ଛଇ ।
ଛାଇ ! ଖାଲି ଛଇ , ତମେ ତ , ତମ ଅନୁପସ୍ଥିତି ବତାଇଦେଲା ନିଃସଙ୍ଗତା କ'ଣ ? ଯେବେ ଆଲୁଅରେ ଦେଖା ହୁଏ ତମ ସହ ହୁଏ କଥା ପୁଣି ଉଭାନ ସଙ୍ଗେ ସଙ୍ଗେ ତମକୁ ଖୋଜେ ଏ ମନ , ରାତ୍ରିର ସାଂଧ୍ୟତା ବାଧ୍ୟକରେ ଖୋଜିବାକୁ ତମ ସାନିଧ୍ୟ, ତମେ , କଳ୍ପନା, ଅସ୍ତିତ୍ଵହିନ, ମୃଗତୃଷ୍ଣା, ତଥାପି ମନ ବୁଝେନା ତମ ବିନା ଆସ ନିଜ ଇଛାରେ ପୁଣି ଫେରି ଯାଅ , ମେଘ ଆସିଲେ ଉଭାନ, କେବେ କେମିତି ଦେଖାଯାଅ ଆଉ କୁହ , ମୁଁ ପରା ଅଛି ତୁମ ସହ , ପ୍ରହେଳିକାମୟୀ, ଘନ କୁହୁଡ଼ି, ଅମାବାସ୍ୟାରାତି ! ତଥାପି, ତମକୁ ଦେଖିବାକୁ,କରିବାକୁ ନିଜରତମ ଶରୀରର ସବୁ ସମ୍ବେଦନଶୀଳ ଅଙ୍ଗକୁ କାହିଁକି ? ବ୍ୟାକୁଳ ଏ ମନ , ହେଲେ ତମେ ତ ଶୂନ୍ୟ , ଛାଇ ! ଛଇ ! ଛାଇ ଆଉ ଖାଲି ଛଇ , ଛାଇ ! ଛଇ ! ------------।
@କାଶ୍ୟପ , ସକାଳ-୯ଟା, ତା-୧୪-୦୭-୧୬, ରାୟଗଡ଼ା ।