ଛାଡି ଆସିଛି ତମକୁ ବାପା
ଛାଡି ଆସିଛି ତମକୁ ବାପା
କନ୍ୟା ଜନ୍ମ ପାଇ ମହୀରେ ଜାଣିଥିଲି ଦିନେ କେବେ
ଯିବାକୁ ହେବ ତୁମ ଠାରୁ ଦୂରେ ବାହା ହୋଇବି ଯେବେ
ମନେ ପଡ଼ିଯାଏ ସେଦିନ ବିଦାୟ କରିଲ ମତେ
ଅଶ୍ରୁ ଭରା ଆଖି ତୁମର ଆଶିଷ ଦେଲା ଯେ କେତେ
ଘର ଅଗଣାରେ ମୋ ଡାକ ଶୁଭୁନଥିବ ତୁମକୁ
କେଜାଣି କେମିତି ରହିବ? ସୂକ୍ଷ୍ମ ଏ ଗଢ଼ିଛି ଯାହାକୁ
ଏ କଥା ଭାବିକି ସେଦିନ ପ୍ରଭୁଙ୍କୁ ତୁମେ ଡାକିଲ
ସୁଖରେ କଟୁ ତା ସଂସାର ଆଶିଷ ମୋ ପାଇଁ ମାଗିଲ
ତୁମେ ଯେବେ ଛିଡା ହୋଇଛ ମୋର ପରୀକ୍ଷଣ କାଳେ
ତେବେ ମୁଁ ଉତିର୍ଣ୍ଣ ହୋଇଛି ନିଜ କର୍ମ କୌଶଳେ
ହାରିବାକୁ କେବେ ଦେଇନ ପରିସ୍ଥିତି ଅନ୍ତରାଳେ
ହାରିବିନି କେବେ ମୁଁ ବାପା ..ଯେତେ କଷ୍ଟ ଆସୁ ହେଲେ
ଶୋଇଥିଲେ ମୁଁ ଡେରି ଯାଏଁ ବୋଉ ଯେବେ ଡାକ ଦିଏ
ହାରିବାକୁ କେବେ ଦେଇନ ପରିସ୍ଥିତି ଅନ୍ତରାଳେ
ହାରିବିନି କେବେ ମୁଁ ବାପା ..ଯେତେ କଷ୍ଟ ଆସୁ ହେଲେ
ଶୋଇଥିଲେ ମୁଁ ଡେରି ଯାଏଁ, ବୋଉ ଯେବେ ଡାକ ଦିଏ
ତୁମ କଣ୍ଠ ତାକୁ ରୋକିଚି , ଟିକେ ଶୋଇଥାଉ ସିଏ
କେତେ କଷ୍ଟ କରି ରାତି ସାରା , ପାଠ ପଢୁଥିଲା ବସି
ତୁ କାହିଁ ତା ନିଦ ଭାଙ୍ଗୁଛୁ , କହିଦେଉଥିଲ ହସି
ଯେବେ କେହି ମୋ ବିଷୟରେ , ଆଲୋଚନା କରିଥାଏ
କାନ କରି ଦେଇଛ , ମୁଁ ଆଜି ମନେ ପକାଏ
ଶେଷରେ ଯେବେ ମୁଁ ରାଗରେ , ଅସ୍ତ ବ୍ୟସ୍ତ ହେଇଯାଏ
ବୁଝାଇ କହିଛ ଲୋକେ କହୁଥିବେ , ହସ୍ତି ତା ବାଟେ ଚାଲୁଥାଏ
ସେହିଭଳି ତୁ କାହାର, ନିନ୍ଦାକୁ ଶୁଣିବୁ ନାହିଁ
କରିଯାଉଥିବୁ ନିଜ କର୍ମ , ନିଜ ଲୋକ ମାନ ପାଇଁ
ଅତି ଗେଲ୍ହା ହୋଇ ତୁମଠାରୁ ,ଅତି ରାଗି ଯେ ହୋଇଲି
ମୋ ବାପାଙ୍କ ପରି କେ ନୁହେଁ , ସଭିଁଙ୍କୁ ତୁଣ୍ଡେ ବୋଇଲି
ଇଚ୍ଛା ସତ୍ତ୍ୱେ ରହିପାରେନା ତୁମ ପାଖେ କିଛି ଦିନ
ହେଲେ ତୁମେ ରହିଯାଉଛ , ହୃଦୟେ ମୋର ମିଶିଣ
ମୋର ସବୁ ଅଳି ଅଝଟ , ପିଲାଟି କାଳୁ ସହିଛ
ମୁଁ ଯେତେ ଦୂରରେ ଥିଲେ ବି , ସାଥିରେ ସଦା ରହିଛ
ଯେବେ ପଦେ କଥା ହୁଏ ମୁଁ , ତୁମ ସଂଗେ ଦୂର ଭାଷେ
ଲାଗେ ଯେମିତି କଥା ହେଉଅଛି , ବସି କରି ତୁମ ପାସେ
ମନରେ ଖୋଜୁଛି କାଳେ ବାପା ମୋର , ମୋ ପାଖରେ ରହିଥାନ୍ତେ
ସୁନା ଝିଅ ମୋର କେତେ ଯତ୍ନ କରୁ , ପଦିଏ କହିଥାନ୍ତେ
ସଂସାର ନୀତିରେ ବନ୍ଧୀ ରହିଗଲି , ସେ ଯତ୍ନ କରି ନ ପାରେ
ତୁମେ ଯେବେ ବି ଅସୁସ୍ଥ ହୋଇଛ , ମନ ମୋ ସହି ନ ପାରେ
ଭୟ ଆସିଯାଏ କେଜାଣି କାହିଁକି, ଚିନ୍ତା ନ ଯାଏ ମନରୁ
ପ୍ରାର୍ଥନା କରେ ମୁଁ ସୁସ୍ଥ ଥାଅ ସଦା , କି ପାଇବୁ ଧନ ଜନରୁ
ଶବ୍ଦ ଅଭାବରୁ ଲେଖି ଜେ ପାରୁନି ତୁମ ସ୍ନେହର କାହାଣୀ
ହେଲେ ସବୁବେଳେ ତୁମ ସ୍ନେହ ଗାଥା , ସଭିଁଙ୍କୁ ହୁଏ ବଖାଣି
ଆଜି ଲେଖୁ ଲେଖୁ ଲେଖି ଦେଇଅଛି ତୁମ ପାଇଁ କିଛି ପଦ
ଆଶା କରେ ଏହି ପଦ୍ୟ ମୋ ବାପାଙ୍କ , ଛୁଇଁ ଯିବ ମନ ହୃଦ ।
