ଚେତନାର କିଛି ପଂକ୍ତି
ଚେତନାର କିଛି ପଂକ୍ତି
ଚେତନାର କିଛି ପଂକ୍ତି
ହଁ !
ମୋର ବନ୍ଧୁ କିମ୍ବା ବାନ୍ଧବୀ ତୁ ନଥିଲୁ
ଏବେ ବି ଜଗା ସାରଙ୍କୁ ପଚାରେ "ଶୁଭ" ର ଅର୍ଥ କଣ ..
ମୋ ସାଙ୍ଗେ ଆଗରୁ ପଢିନଥିଲେ କେହି
କେହି କେବେ ଭଲମନ୍ଦ ପଚାରନ୍ତିନି...
କି ଦୁଇପଦ ଲେଖିଦେଲି ଯେ
ଜାତି ଧର୍ମ ନିର୍ବିଶେଷରେ ମାଡିଆସିଲେ ପ୍ରଶଂସା କରିବାକୁ....
ଆମ ଗାଁ ସୁବଳ ଯୋଉଦିନ ଫେରିକି ଆସିଲା ସହରରୁ
କହୁ କହୁ କହିଦେଲି ..ଆରେ ସୁବା ମୋଁ ପଇସା ଏବେ ଦେବୁ
ଏସନ ଭଲ ଫସଲ ହେଇନି ରେ ...............
ସେ ଯାହା କହିଲା , ଆଜ଼ିବି ସେଇଟା ଝଡ ପରର ନୀରବତା ଭଳି ....
--------------------------
କୋଉଠି ଏକା ଏକା କୋଉ ବଜାର'ରେ ଚା' କଫିବି ପିଇନଥିଲେ
କିନ୍ତୁ ଏବେ ଗୋଟେ ଭଲ ମୌକା, ନୀରବ ଆସର ,
ତୁ ଖାଲି ଲେଖିଚାଲ,
ମୁଁ ତୋତେ କଳ୍ପନାରେ ବାଂଟିଦେବି ଅନେକ ପୁରସ୍କାର ..
ଏଇଟା ପରା ସାହିତ୍ୟ ବଜ଼ାର,ଦେଣନେଣର ଛୁପା ଇସ୍ତାହାର
କୋଉ ପୁସ୍ତକ ମେଳାରେ,,କୋଉ ସାହିତ୍ୟ ସଂସଦରେ
ଗୋଟେ ତୁଣ୍ଡିମୁକ୍ତ ବଉଳା ଗାଇଟିଏ ଲୋଡ଼ା.... ନୁହେଁ କି???
ଅଲୋଡା ପ୍ରେମ ତଳେ.ତୁ ଏବେ ବି ପାଉଁଶ ତଳର ନିଆଁ
ଟିକେ ରୁହ ,ଉନ୍ମୋଚନଟା ସରିଯାଉ
ସବୁ ସମ୍ମୋହିତ ହେବେ କବିଙ୍କ ମେଳାରେ,ପତ୍ରିକା ହାଟରେ ..
----------------------
ଆଜ଼ି ଆସିଛୁ ,,ମୋତେ ଚେତେଇବାକୁ ଯେ ମୁ କାହିଁ ନିସ୍ବ
ବରଂ ଠିକ କହୁଥିଲୁ ,ତୋ ନିଷ୍ଠା ଆଗରେ ମୁଁ.ଅକର୍ମଣ୍ୟ
ମୁଁ ଜାଣେ ତୋ ପୁଣ୍ୟର ପ୍ରାରମ୍ଭେ ସ୍ରଷ୍ଟା ବି କର୍ତ୍ତାଶୁନ୍ୟ
ଏଇ ତ ଜୀବନ କବିତା , ଟିକେ ବାସ୍ତବରେ ଉଇଁକି ଦେଖ....
ମୁଁ ତୋ ମମତା'ର ଅଫୁରନ୍ତ ଆତ୍ମା,ମୁକ୍ତିର ସର୍ବ କନିଷ୍ଠ ଅଳିନ୍ଦ ,,,,,,,