ଚେତନାକୁ ଯାଉ ଛୁଇଁ
ଚେତନାକୁ ଯାଉ ଛୁଇଁ
ଆଖି ବୁଜିଦେଲେ ଦିଶେ ଗୋଟେ ମୁହଁ
କାନେ ଶୁଭେ ଯାହା କଥା
ଦୂରେ ଥାଇ ଲାଗେ ଅତି ପାଶେ ଅଛି
ବୁଝି ପାରେନି ତ ମଥା !
ମିଠା ମିଠା ଯନ୍ତ୍ରଣାରେ ପୋତେ ନିତି
ଜୀବନେ ବଢ଼ାଇ ବ୍ୟଥା
ନିର୍ବୋଧ ହୃଦୟ କି ଭାବରେ ଭିଜେ
ପାଏନି ଖୋଜି କେ ପତ୍ତା ।
ଅଳିକ ସଂସାର ମିଛ ଏ ଜୀବନ
ମିଛ ସମ୍ପର୍କର ପାଇଁ
ମିଛରେ କାହିଁକି ପାଗଳ ହୋଇକି
ମିଛ ମୋହେ ବଞ୍ଚୁ ତୁହିଁ ?
ଏଇ ଅଛି ବନ୍ଧୁ ଏଇ ନାହିଁ ପରା
ଏଇ ଜୀବନ ଆମର
କେହି ଜାଣି ନାହିଁ ଆଗକୁ କି ହେବ
ତଥାପି ମାୟାରେ ଭୋଳ!
ମୋର ମୋର କହି ହୁରି ଛାଡୁଅଛୁ
କିଏ କହ ତୋ ନିଜର
ମିଛ ଜଗତରେ ଜଣେ ଏକା ବନ୍ଧୁ
ସେ ପ୍ରଭୁ ପରମେଶ୍ୱର।
ବହଳ ଅନ୍ଧାରୁ ବାହାରିରେ ବନ୍ଧୁ
କୃଷ୍ଣ ନାମ ଧ୍ୟାୟ ତୁହି
ଦିବ୍ୟ ଜୀବନରେ ଦିବ୍ୟ ଭାବନା
ଚେତନାକୁ ଯାଉ ଛୁଇଁ।
