STORYMIRROR

Satyabati Swain

Others

4  

Satyabati Swain

Others

ଚେତନାକୁ ଯାଉ ଛୁଇଁ

ଚେତନାକୁ ଯାଉ ଛୁଇଁ

1 min
333

ଆଖି ବୁଜିଦେଲେ ଦିଶେ ଗୋଟେ ମୁହଁ

  କାନେ ଶୁଭେ ଯାହା କଥା

ଦୂରେ ଥାଇ ଲାଗେ ଅତି ପାଶେ ଅଛି

  ବୁଝି ପାରେନି ତ ମଥା !


ମିଠା ମିଠା ଯନ୍ତ୍ରଣାରେ ପୋତେ ନିତି

  ଜୀବନେ ବଢ଼ାଇ ବ୍ୟଥା

ନିର୍ବୋଧ ହୃଦୟ କି ଭାବରେ ଭିଜେ

  ପାଏନି ଖୋଜି କେ ପତ୍ତା ।


ଅଳିକ ସଂସାର ମିଛ ଏ ଜୀବନ

  ମିଛ ସମ୍ପର୍କର ପାଇଁ

ମିଛରେ କାହିଁକି ପାଗଳ ହୋଇକି

  ମିଛ ମୋହେ ବଞ୍ଚୁ ତୁହିଁ ?


ଏଇ ଅଛି ବନ୍ଧୁ ଏଇ ନାହିଁ ପରା

   ଏଇ ଜୀବନ ଆମର

କେହି ଜାଣି ନାହିଁ ଆଗକୁ କି ହେବ

  ତଥାପି ମାୟାରେ ଭୋଳ!


ମୋର ମୋର କହି ହୁରି ଛାଡୁଅଛୁ

   କିଏ କହ ତୋ ନିଜର

ମିଛ ଜଗତରେ ଜଣେ ଏକା ବନ୍ଧୁ

   ସେ ପ୍ରଭୁ ପରମେଶ୍ୱର।


 ବହଳ ଅନ୍ଧାରୁ ବାହାରିରେ ବନ୍ଧୁ

 କୃଷ୍ଣ ନାମ ଧ୍ୟାୟ ତୁହି

ଦିବ୍ୟ ଜୀବନରେ ଦିବ୍ୟ ଭାବନା

  ଚେତନାକୁ ଯାଉ ଛୁଇଁ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍