STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ଚେତନା ର ଚଉହଦୀ

ଚେତନା ର ଚଉହଦୀ

1 min
11.5K

ରାତିର ଶୀତଳ ଜ୍ୟୋତ୍ସ୍ନା ବିଧୌତ ଚନ୍ଦ୍ରମା

ଖୁବ୍ ଆପଣାର ଲଗିଲା ବୋଲି

ଚେଇଁ ରହି ଭାବନା ରେ ଗୁଡେଇ ଟୁଡ଼େଇ

ଆଖି କୁ କଷ୍ଟ ଦେଇଥିଲି ସିନା କିନ୍ତୁ ମନ ଟା

କାହିଁକି କେଜାଣି ପୁରୁଣା ଦିନର ସେ ଅଲିଭା

ସ୍ମୃତି ପସରା କୁ ଖୋଲି ଖୋଲି ଅବୁଝା ମନକୁ

ବୁଝେଇ ଦେଇଥିଲା l


ସ୍ଵପ୍ନ କୁ ସାକର ରୂପ ଦେବା ପାଇଁ

ଦୁଃଖ ର କଣ୍ଟକିତ ବନ ଭିତରେ ପଶି

ଖୋଜି ଥିଲା ସୁଖ ର ପୁଷ୍ପ କଳିକା l

ଚେତନା ର ଚଉହଦୀ କୁ ଉପୁଜାଇ

ଆଶା କରୁଛି ପାଇବାକୁ

ସାଲିସ୍ ବିହୀନ ସମ୍ପର୍କ ର ମଧୁ କଣିକା l


ଅନ୍ତରର ଭାବାବେଗ ସହିତ

ଉଡେଇ ଦେଲା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରଥମ କରି

ପ୍ରେୟସୀ ପାଖକୁ ମେଘ ର ସବାରୀରେ l

ଆଉ ପ୍ରତୀକ୍ଷିତ l

ନିସଙ୍ଗ ବେଳା ରେ ସାଥୀ ଟିଏ ହୋଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍