STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚେନାଏ ହସ

ଚେନାଏ ହସ

1 min
139


ତୁମେ କେଉଁଠି ଚେନାଏ ହସ ଦେଖିଛନ୍ତି କି?

ଯଦି ହଁ

ଆପଣ ଆପଣ ଖୁବ୍ ଭାଗ୍ଯବାନ

ଯଦି ନା 

ଏବେ ହିଁ ଦେଖିବାକୁ ଯା'ନ୍ତୁ।

କହୁଥିଲେ କବି ପଢୁଥିଲେ ପାଠକ ପାଠିକା।

ଜଣେ ପାଠିକା କହିଲେ କବି ବନ୍ଧୁ

ମୋତେ ଜଣା ନାହିଁ ଚେନାଏ ହସ କେଉଁଠି ଫୁଟେ

ସ୍ବର୍ଗରେ,ନର୍କରେ ନା ଏ ମର୍ତ୍ତ୍ଯର ଧାମରେ?

ହସିଦେଲେ କବି କହିଲେ ଭଉଣୀ

ଯେଉଁଠି ସ୍ନେହ,ପ୍ରେମ ଆଉ ଭଲ ପାଇବା

ନିରନ୍ତର ଗଚ୍ଛିତ

ପ୍ରତିହୃଦେ ସମର୍ପଣ ଭାବ

ଧର୍ମରେ,କର୍ମରେ ଆଉ ବିନା ଆସକ୍ତିରେ

ଯେମିତି ସମୁଦ୍ରର ଲହରୀ 

ବିନ୍ଦୁବିନ୍ଦୁ କାକରର ମୁକ୍ତା

ଶିରିଶିରି ପବନର ଗୁଞ୍ଜନ 

ଅଥବା ଫୁଲ,ଶିଶୁ କି ବୃଦ୍ଧର ଦରୋଟି ହସରେ।

ପାଠିକା ଭଉଣୀ ବଡ଼ ତନ୍ମୟ ହୋଇ ଶୁଣୁଥିଲେ

ସେ ଭାବି ନେଇଥିଲେ ଜୀବନର ଉଦାମ ଯୌବନ

ସ୍ବାମୀ ଆଉ ସ୍ତ୍ରୀର କଥୋପ କଥନ

ଅବା ପ୍ରେମିକ ଓ ପ୍ରେମିକାର କାମନା ବାସନା।

ସେ ତ ଭଲ ପାଇଥିଲେ ତାକୁ

ଯିଏ ଅର୍ଥର ଲୋଭରେ ଶୋଷୁଥିଲା

ଦେହଜ ରକ୍ତକୁ,ଧନ ସମ୍ପଦକୁ।

ଧିକ୍କାରିଲେ ନିଜକୁ ଆଉ ଦୌଡି଼ ପଳେଇଲେ 

ଯେଉଁଠି ଢଳଢ଼ଳ କାକର ବୁନ୍ଦା ହସୁଥିଲା

ମନ ଭରି ଦେଖିଲା ଚେନାଏ ହସକୁ।

ସେ ଆଜି ଶପଥ ନେଲେ

ନିଜେ ହସି ହସାଇବେ ସଭିଙ୍କୁ

ଯେଉଁମାନେ ମଉଳି ଯାଉଛନ୍ତି ସଂସାର ହାଟରେ।

ସେ ଜେଜେଙ୍କୁ ସାହାରା ହେଲେ

ଯାର ବାପା ଆଉ ମାଆ ଅଣଦେଖା କରୁଥିଲେ

ପ୍ରତିକ୍ଷଣ ବିଷର ମଞ୍ଜି ପୋତି

ବିଷାକ୍ତ କରୁଥିଲେ ଦଶଦିଶ।

ସେ ଜେଜେଙ୍କ ସେବାରେ ମସଗୁଲ

ଜେଜେ ବି ବିଛଣାରେ ପଡି଼ 

ଚେନାଏ ହସ ବୁଣି ଦେଲେଣି

ମୁଣ୍ଡ ଆଉଁସି କହିଲେଣି ମାଆ ଅହ୍ଯ ସୁଲକ୍ଷଣୀ ହୁଅ।

ମୋ ଆଖିରେ ଲୁହର ବନ୍ଯା

ଯିଏ ଚେନାଏ ହସଠୁ ବହୁ ଦୂରରେ ଥିଲା

ଧିକ୍ !

ଯାହା କାମନା ବାସନା।

ସେ ଦୌଡି଼ ଆସିଲେ କବିଙ୍କ ପାଖକୁ।

ଯିଏ ତାକୁ ଶକ୍ତ ଅସ୍ତ୍ର ପ୍ରହାରରେ ବାଟକୁ ଆଣିଥିଲେ

କ୍ଷମା ଭିକ୍ଷା ସହ 

ଶତକୋଟି ପ୍ରଣାମ ଓ ଧନ୍ଯବାଦ ଦେବାକୁ।

କବିଙ୍କ ଓଠରେ ଚେନାଏ ହସ।

ଶକ୍ତ ଅସ୍ତ୍ର ପ୍ରହାରଟି

ସଫଳ ହୋଇଛି ବୋଲି ଆଉ ବି

ଗୋଟେ ଭଗ୍ନ ହୃଦୟକୁ ଯୋଡିବାରୁ

ଈଶ୍ବରଙ୍କୁ କଲେ ପ୍ରଣିପାତ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍