ଚାରୋଟି ପାଖୁଡା
ଚାରୋଟି ପାଖୁଡା
1 min
322
ପଥର ବୋଲି ତ ତୁଠରେ ପଡିଚି
ଘଷୁଚି କେ କେତେ ପାଦ,
ତୁମ ପାଦ ଯେବେ ମୋ ବୁକୁ ଛୁଅଁଇ
ରଟି ଯାଏ ଅପବାଦ ।
ତୁମେ ଆସ କେବେ ଅସରା ଗପର
ଶେଷ ଅନୁରାଗ ନେଇ ,
ମୁଁ ଏଠି ପଡିଛି ବୃଥା ଉପନ୍ୟାସ
ପତ୍ରଝଡା ଗଛ ଛାଇ ।
କହିଦେଲେ କଥା ସରି ଯାଏ ସିନା
ଅକୁହା ହୃଦୟ ଦହେ ,
ତୁମେ କି ଜାଣିବ ଗୋପନେ କେତେ ମୁଁ
ଭିଜୁଥାଏ ଆଖି ଲୁହେ ।
ତୁମେ ସିନା ଏକ ଉଦୟ ଭାନୁ
ମୁଁ ବିରହର ବିଭାବରୀ ,
ତୁମେ ହେଲେ ଏକ ଗୋଧୂଳି ଲଗ୍ନ
ମୁଁ ଯାତନାର ପଥଚାରୀ ।
