STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚାରୋଟି କବିତା

ଚାରୋଟି କବିତା

1 min
171


       ପ୍ରବଞ୍ଚକ

ସରଳ ମଣିଷ ପ୍ରବଞ୍ଚନା ପ୍ରାପ୍ତ

   ହୋଇଥାଏ ସଂସାରରେ

ପ୍ରବଞ୍ଚକ କିନ୍ତୁ ଜାଲଟେ ବିଚ୍ଛାଇ

   ଶେଉଳ ବାଳିଆ ଧରେ

   ବିଷ ଦେଇ ବିଶ୍ବାସରେ

ସଗର୍ବରେ କହେ ବଡ଼ଲୋକ ସିଏ

   କି ଖରା ବର୍ଷା ଶୀତରେ।

         

        ପ୍ରବଞ୍ଚନା

ସରଳ ନିରୀହ ସମାଜରେ ଯେତେ

   ବଞ୍ଚିଛନ୍ତି ଲୁହପିଇ

ଭାରି ବିଶ୍ବାସରେ ବିଷ ପିଇଦେଇ

   ମୃତ୍ଯୁର କୋଳକୁ ଯାଇ

   କାହାକୁ ଦୋଷ ନ ଦେଇ

ବୀର ଦର୍ପେ ଯାଏ ମଶାଣି ଭୂମିକୁ

   ପ୍ରବଞ୍ଚନା ପ୍ରାପ୍ତ ହୋଇ।

       

       ପ୍ରଭାବିତ

ପ୍ରଭାବିତ ହେଲି ପିମ୍ପୁଡି଼ କରମ

   ସଞ୍ଚୟଟି ମହୁମାଛି

ଦେବାରେ ଆନନ୍ଦ ବୃକ୍ଷ ଆଉ ନଦୀ

   ଧରାଠୁ ସହିବା କିଛି

   ଆକାଶ ଯେମିତି ଅଛି

ଆଲୋକ ପବନ ଠାରୁ ପ୍ରଭାବିତ 

   ହୋଇ ନେଇଅଛି ବାଛି।

         

       ପରିଣତି

ନିଆଁ ଆଉ ପାଣି ସଙ୍ଗରେ ଖେଳିଲେ

   ପରିଣତି କଣ ହେବ

ଚୋରୀ ହତ୍ଯା ପରି ଦୁଷ୍କର୍ମ କରିଲେ

   ତାକୁ କେ'ଭଲ ପାଇବ

   ଏମିତି କର୍ମ ମାନବ

ବଞ୍ଚି ଥାଉଥାଉ ସଂସାର ତାହାକୁ

   ଅଶୁଭ ଦୃଷ୍ଟ ଫିଙ୍ଗିବ।

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍