STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚାରୋଟି କବିତା

ଚାରୋଟି କବିତା

1 min
210


        ଉତ୍ତମ

ଲୁଚିଲୁଚି ବିନା ବିବାହ ନ କରି

   ପ୍ରେମକୁ କରିଲେ ଭଲ

ବାହା ହୋଇକରି ଲୁଚିଲୁଚି ପର 

   ନାରି କୋଳ ମଖମଲ

   ନୀଚ୍ଚ ନା ଟିଟିତ୍ତମ ଝୁଲ

କରି ଚାଲୁଥିଲେ ଏ ସଂସାର ହାଟେ

   ଦିଶିବ କି ଝଲମଲ?

         

        ଜୀବନ

ଲୁଚି଼ଛପି ଯିଏ ପ୍ରେମ ନ କରିଛି

   ଜୀବନ କି ଧରିଅଛି

କାଠ ଓ ପାଷାଣ ହୃଦୟ କନ୍ଦର

   ବଞ୍ଚିକି ମରି ପଡି଼ଛି

   ଉପଭୋଗୁଁ ଦୂରେଅଛି

ଧନ୍ଯ କହିବ ତା' ମଣିଷ ଜୀବନ 

   ଏ ସଂସାରେ ବିତଉଛି।

         

        ବିଚ୍ଛେଦ


ଲୁଚିଛପି କରି ପ୍ରେମ କରୁଥିଲ

   ଧରା ପଡିଗଲ ଯେବେ

ପୋଖରୀ ଖୋଳିକି ବାହା କରେଇଲେ

   ଜବରଦସ୍ତି ଏବେ

   ପ୍ରେମ ପିତା ହେଲା ଭବେ

ଛାଡି଼ ପଳେଇଲା ଆଉ କାହା ସାଥେ

   ବିଚ୍ଛେଦରେ କାନ୍ଦ ତେବେ?

         

         ସୁମନ


 ହୃଦୟ କନ୍ଦରେ ସୁମନ ଫୁଟିଛି

   କିଏ ସେ ତୋଳିବ ଆସ

ମତୁଆଲା ହୋଇ ଝୁଣି ପିଇପାର

   ଭ୍ରମର ପରିକା ରସ

   ଯଦି ମୋ ପାଖେ ବଶ

ଜୀବନଟା ସାରା ଝୁରୁଥିବ ମନେ

   ଆହା କି ମଧୁର ବାସ?

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍