STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚାରୋଟି କବିତା

ଚାରୋଟି କବିତା

1 min
175


      ତସ୍କର

ମଣିଷ ସଂସାରେ ତସ୍କର କରୁଛି

   ଛାଡେ଼ନି ମୋଟେ କାହାକୁ

ଛୋଟ ହେଉ ପଛେ ତସ୍କର କାମରେ

   ସଜାଏ ସଦା ନିଜକୁ

   ଧର୍ମରେ ଶୋଷେ ସଭିଙ୍କୁ

ଈଶ୍ବରଙ୍କ ନାମେ ଆହା ଆଖିଠାର 

   ହାତାଏ ନିତି ସ୍ବାର୍ଥକୁ।

      

      ଧର୍ମ

ଧର୍ମ ମଣିଷର ଅସଲ ସମ୍ପଦ 

   ଏହାକୁ ମଣିଲେ ସର୍ବେ

ମହତ ଜନଟି ବୋଲାଇବ ଦିନେ

   ହୋଇକି ସର୍ବଦା ଗର୍ବେ

   ଆମର ଏଇ ତ ଭବେ

ମରିକି ଅମର ଇତିହାସ ତାକୁ

   ନିଶ୍ଚୟ ହିଁ ସାଇତିବେ।

       

      ବୃକ୍ଷ

ବୃକ୍ଷର ମହାତ୍ମ୍ଯ ବର୍ଣ୍ଣିବାକୁ ମୋର

  ଯୋଗ୍ଯତା ମୋଟେ ହିଁ ନାହିଁ

ବୃକ୍ଷବିନା କେହି ବଞ୍ଚି କି ପାରିବା

   ସିଏ ତ ଜଗତ ସାଇଁ

   ତାଙ୍କ ପରି କିଏ ଥାଇ

ତଥାପି କାହିଁକି ମନୁଷ୍ଯ ହୋଇବି

   ନିତିଦିନ କାଟୁଥାଇ।

       

      ଉଦ୍ଭିଦ

ସବୁ ଦେଇଥାଏ ଏ ପ୍ରାଣୀଙ୍କ ପାଇଁ

   ନେବାକୁ ଚାହେନା ମୋଟେ

ତଥାପି ମନୁଷ୍ଯ ଧ୍ବଂସ କରିବାକୁ

   ନିତି କୁରାଢୀ଼ରେ କାଟେ

   ସ୍ବାର୍ଥର ସୌଦାଟା ହାଟେ

ଭାବି ପାରୁନାହିଁ ନିଜର ଗୋଡ଼କୁ

   ମାରୁଅଛି ସଦା ଚୋଟେ।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍