STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚାରୋଟି କବିତା

ଚାରୋଟି କବିତା

1 min
174


   ଗ୍ରୀଷ୍ମର ପ୍ରକୋପ


ଗ୍ରୀଷ୍ମର ପ୍ରକୋପ ଏ ପୃଥିବୀ ପାଇଁ

   ଆଦେଶଟେ ପାଇଅଛି

ଫଟେଇ ଛାଡି଼ବ ମାଟିକୁ ବି ମଧ୍ଯ

   ନଦୀକୁ ଶୁଖାଉଅଛି

   ପ୍ରାଣୀ ବା ଉଦ୍ଭିଦ ବାଛି

ଛାଡି଼ବ କାହିଁକି ଶାସନ ହାତରେ

  ଯେବେ ତାକୁ ମିଳିଅଛି?

        

      ବଣଭୋଜି

ବଣଭୋଜି ମଜା ପାଇଅଛି ଯିଏ

   କାହିଁକି କୁହ ଛାଡି଼ବ

ବଡ଼ଦିନ ହେଉ ଅବା ନୂଆବର୍ଷ

   ସାଙ୍କସାଥି ମିଳିଯିବ

   ଅଣ୍ଡାଝୋଳ ପଛେ ହେବ

ପରମ ସନ୍ତୋଷ ମନ ଗହନଟି

   ନଦୀ ପରି ବହୁଥିବ।

         

       ବନାନୀ


ମୋର ନୀଚ୍ଚ ଚିନ୍ତା ଭାସି ଯାଉଥିଲା

   ସବୁଜ ବନାନୀ ସାର

ବୁଝିଲିନି ମୋଟେ ଯା'ର ଅବଦାନ

   ହାଣୁଥିଲି ବାରବାର

   ବୁଝିଲା ବେଳକୁ ମୋର

ଛାଡି଼ ଚାଲିଗଲା ଆୟୁଷ ପିଣ୍ଡରୁ

   ବହିଗଲା ଆଖି ଝର।

       

      ମଙ୍ଗନ

ବିବାହ ପୂର୍ବରୁ ମଙ୍ଗନ ପର୍ବଟି

   ପରମ୍ପରା ଅବା ପ୍ରଥା

ସଂସାର ହାଟରେ ଚଳି ଆସୁଅଛି

   ନ କଲେ ହୃଦୟ ବ୍ଯଥା

   ଲୋକମୁଖେ କେତେ କଥା

ନ କରିବା ଲୋକ ଶୁଣେ ଅପବାଦ

   ନ ନୁଆଁଉ ପଛେ ମଥା।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍