ଚାରୋଟି କବିତା
ଚାରୋଟି କବିତା
-କଳିକା-
କଳିକା ଅଟେ ମୁଁ ଫୁଟିବା ଆଗରୁ
ସମାଜ ରାଷ୍ଟ୍ରରେ କେତେ
ଧର୍ଷଣ କରନ୍ତି ଦୁଃଖକୁ ନ ବୁଝି
ଧୋବଧାଉଳିଆ ଯେତେ
ଚାହାନ୍ତିନି ମୋର ହିତେ
ସଂସାର ନ ଦେଖି ମଉଳି ଯାଉଛି
ବିଧାତା କାହିଁକି ଏତେ?
-ମାଆ ଧାନକୁଟି ପୁଅ ନାଗର-
ବିଧବା ମାଆଟି ପର ଘରେ ନିତି
କାମ କରୁଆଛି ଯାଇ
କାମ କରିକରି ଥକି ପଡୁଅଛି
ଆଖିରୁ ଲୁହ ଝରେଇ
ପୁଅ ବୁଲେ ପାନ ଖାଇ
ଏମିତିକା ପୁଅ ଯାହାର ରହିଛି
ମୁଣ୍ଡେ ହାତ ଦେବ ଥୋଇ।
-ପରୀକ୍ଷା-
ବିବାହ ପୂର୍ବରୁ ପରୀକ୍ଷା କରିଲେ
କେମିତି ହୁଅନ୍ତା କୁହ
କୁମାରୀ ମାଆଟେ ଅଥବା ବାପାଟେ
ହୋଇଲେ କି ଆଖିଲୁହ
ନିଶ୍ଚୟ ହିଁ ଚହଚହ
ଧର୍ମ ଇତିହାସେ ମରିକି ବଞ୍ଚିବା
ତଥାପି ବି କୁହ ରୁହ?
-ପ୍ରତୀକ୍ଷା-
ଭବିଷ୍ଯତ ତାକୁ ପ୍ରତୀକ୍ଷା କରିବ
ଯେ କରୁଛି ଭଲ କାମ
ଇତିହାସ ପୃଷ୍ଠା ସାଇତି ରଖିବ
ସ୍ବର୍ଣ୍ଣାକ୍ଷରେ ତାର ନାମ
ଧର୍ମରୁ ନ ହୋଇ ଭ୍ରମ
ନିଜର କୀର୍ତ୍ତିକୁ ବିକଶିତ ପାଇଁ
ଜନ୍ମ ଦେବା କରି ପ୍ରେମ।