STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚାରୋଟି କବିତା

ଚାରୋଟି କବିତା

1 min
158


        ବିଶ୍ରାମ


ଆରେ ମୂଢ଼ ମନ କେତେ ଚାଲିବୁରେ

   ସମୟ ସଦୃଶ ହୋଇ

ସୂର୍ଯ୍ଯ ଓ ପବନ ପରିକା ଚାଲିଲେ

   ହେବୁସିନା ହାଇଁପାଇଁ

   ଜାଣିନୁ ରୋଗର ଛଇ

ଦେହ,ମନ ଆଉ ପ୍ରାଣ ସୁସ୍ଥ ପାଇଁ

  ବିଶ୍ରାମ ସର୍ବଦା ଥାଇ।

          

         ସାଥି


ଏହି ଶରୀରର ସାଥି ଅଟେ ଲୁହ 

   ଜୀବନ ଜୀଇଁବା ପାଇଁ

ଅନ୍ଯ ଏକ ସାଥି ନିଜର ଛାଇ ହିଁ

   ଯେ'ଯାଏ ସାଙ୍ଗରେ ଧାଇଁ

   ଈଶ୍ବର ସାଥିଟେ ହୋଇ

ଚଳେଇ ନିଅନ୍ତି ସଂସାର ହାଟରେ

   ହୃଦୟରେ ସୁଖ ଥୋଇ।

        

        ସନ୍ଦେହ


ଏ କଳି କାଳରେ ସନ୍ଦେହ ହେଊଛି

   ପରସ୍ପର ପତ୍ନୀପତି

ବାପା ଝିଅକୁ ତ ମାଆ ବି ପୁଅକୁ

   ସନ୍ଦେହେ ହୁଏ ଅଶାନ୍ତି

   ସନ୍ତୋଷ ନାହିଁ କି ପ୍ରୀତି

ଅନନ୍ତ ଦୁଃଖରେ ସଢି଼ବା ସହିତ

   ମୁଖୁ ଉଡି଼ଲାଣି କାନ୍ତି।

      

        ଖୁସି


ଜନମ ହୋଇକି ଖୁସି ହେଉଥିଲି

   ଦେଖିଲି ଯେବେ ଆଲୋକ

ପବନର ସହିତ ପାଣିକୁ ପିଇଲି

   ଜାଣୁ ନ ଥିଲି ମୁଁ ଭୋକ 

   ଆଜି ଖୁସି ନୁହେଁ ଶୋକ

ପ୍ରେମର ମୋହରେ ଆକର୍ଷିତ ହେଲି 

   ଯେବେ ମୁଁ ହେଲି ଯୁବକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍