STORYMIRROR

DR PRASANTA KUMAR BISWAL

Others

3  

DR PRASANTA KUMAR BISWAL

Others

ଚାଲ ଫେରିଯିବା ଗାଆଁ

ଚାଲ ଫେରିଯିବା ଗାଆଁ

1 min
206


ଚାଲ ଫେରିଯିବା ଗାଆଁ

ଅତି ଆପଣାର ଝାଟିମାଟି ଘର

ଯେଉଁଠି ମିଳିଛି ଆମରି ନାଆଁ,

ଚାଲ ଫେରିଯିବା ଗାଆଁ ।


ତାର ଧୂଳି ମାଟି ମୋ ପାଇଁ ଚନ୍ଦନ,

ଜୀବନ ସଂଚାରେ ତା ଧିର ପବନ,

ଗାଆଁ ସାଥି ମେଳ,ବହୁ ଚୋରି ଖେଳ,

ଚାଳରେ ଲଟଇ କଖାରୁ ଲତା

ମନ ମୋହିନିଏ ଅପରାଜିତାର ଛଟା,

ସତେ ଲାଗେ ଅବା ଅଦିନେ ଫଗୁଣ,

ବାଡିପଥି ଆମ ଆରୋଗ୍ୟ ଜୀବନ,

ସିଏ ତ ଆମରି ସାହା

ଚାଲ ଫେରିଯିବା ଗାଆଁ।


ଆମ୍ବତୋଟା ମୂଳ

ବରଗଛ ଓହଳ

ପ୍ରସାରେ ଶୀତଳ ଛାୟା,

ଗାଆଁ ନଈ କୂଳ,

କାଶତଣ୍ଡି ଫୁଲ,

ସୋରିଷ କ୍ଷେତର ମାୟା,

ସବୁ ଶାନ୍ତିର ସିଏତ ଝର,

ପ୍ରଶାନ୍ତି ଆଣେ ଆମ ମନର,

ତୋଫା ଜହ୍ନ ସାଥେ,ତାରା ବୁଣେ କେତେ,

ଆମ ଗାଆଁ ମଥା ଗଗନ ସତେ,

ସେଇ ପରା ଆମ ଗାଆଁ,

ଅମ୍ଳାନ ତାହାରି ନାଆଁ,

ଚାଲ ଫେରିଯିବା ଗାଆଁ ।


ମାଳ ମାଳ ତାଳ,ନାରିକେଳ ଫଳ,

ଗାଆଁ ଗୋଟା ଥାଏ ଆବୋରି,

ତା ମିଠା ଫଳ କେତେ ଯେ ଶୀତଳ

ମନ କଣିନିଏ ସବୁରି,

ନିଦାଘର ଶେଷେ 

ବାରି ନେଇ ଆସେ

ନବ ରୁଚି ନବ ଘନରେ,

ମନ ଲୋଭା ଲାଗେ 

ନାଲି ଟୁକୁ ଟୁକୁ ସାଧବବଧୂ

ମୋ ଗାଆଁ ସବୁଜ ପ୍ରାନ୍ତରେ ।

ଏଇଟି ଆମର ସରଗପୁର

ଭାରି ଭଲ ଲାଗେ ତା ବିଲ ପ୍ରାନ୍ତର। 

ଧନ୍ୟ ଏ ମାଟି ମାଆ,

ସେଇଟି ଆମରି ଗାଆଁ।


ସେଇଟି ଖେଳେ ଆମରି ଜୀବନ,

ମନେ ଆଣେ କେତେ ନୂଆ ସପନ,

ଭୋକର ଓଠରେ ଶରତ ଜହ୍ନ, 

ଭୁଆସୁଣୀ ମୁଖେ ସୁନେଲି ଫଗୁଣ,

ଝୁମୁରୁ ଝୁମୁରୁ ପାଦର ନୂପୁର,

ଛକଡି ଝିଅର ଭାଗବତ ସ୍ୱର,

ଲାଗେ ଭାରି ମନଛୁଆଁ,

ସିଏତ ଆମରି ଗାଆଁ ।


ସେଇଠି ଜୀବନ,

ସେଇଠି ମରଣ,

ମନ ଅଗଣାର

ଅତି ଆପଣାର ଆମ ଏ ଗାଆଁ,

ସିଏ ତ ଆମରି ମାଆ,

ଚାଲ ଫେରିଯିବା ଗାଆଁ

ଚାଲ ଫେରିଯିବା ଗାଆଁ ।



Rate this content
Log in