ଚାଲ ଆମେ ଯିବା ଠାକୁର ବାଡି
ଚାଲ ଆମେ ଯିବା ଠାକୁର ବାଡି
ଆସ ହେ ଦାଦା, ଆସ ହେ ଭାଇ ଆସନ୍ତୁ ମାଆ ମାନେ
ଆଉ ବିଳମ୍ବ ନ କରି କେହି ଯିବା ଦେଓଘର ଧାମେ
ଦେଓଘର ଯେ କେତେ ପବିତ୍ର କାହାକୁ ଅଛି ଅଜଣା
ଯେ ଯାଏ ଥରେ ଫେରିବାକୁ ତ ମନ ଜମା ଲାଗେନା
ଠାକୁର ବାଡି ନାମରେ ପରା ଅଟେ ସେ ଜଣା ଶୁଣା
କେଡେ ସୁନ୍ଦର ପରିବେଶ ସେ ନାହିଁ ତ ତାର ତୁଳନା
କେତେ ଯେ ପଶୁ କେତେ ଯେ ପକ୍ଷୀ ଥାଆନ୍ତି ନିର୍ଭୟରେ୍
ଠାକୁରଙ୍କର କଥା ଶୁଣନ୍ତି ସଞ୍ଜ ଆଉ ସକାଳରେ
ଗଛ ପତ୍ର ତ ଯେତେ ଆଶ୍ରମେ ସବୁ ଲାଗେ ଆପଣାର
ଭକ୍ତ ଆଗମନେ ସ୍ବାଗତ କରନ୍ତି ନାହିଁ ତ ବାଛ ବିଚାର
କେଡେ ବିଶାଳ ଠାକୁର ବାଡି ଆଖି ତ ପାଏ ନାହିଁ
ଦିନ ସାରା ଭି ବୁଲିଲେ ସେଠି ମନ ଭି ମାନେ ନାହିଁ
ନାହିଁ ସେଠାରେ ଚାକ ଚକ୍ୟ କି ଆଡମ୍ବରର ଭାବ
ସମସ୍ତେ ସେଠି ତାଙ୍କ ଭକତ ନାହିଁ ତ ଭେଦଭାବ
କେତେ ସରଳ ତାଙ୍କ ଜୀବନ ଦେଖିଲେ ଜାଣି ହୁଏ
ମୁନି ରୁଷିଙ୍କ ଆଶ୍ରମ ଠାରୁ ଆହୁରି ବଳିଯାଏ
ଆମ୍ବ ଗଛରେ କେତେ ଯେ ଆମ୍ବ ପଣସ ଫଳେ ପ୍ରଚୁଳ
ନ ଦେଖିଲେ ଥରେ ବିଶ୍ବାସ ହୁଏନି ସବୁ ତ ସେଠାରେ ଭିନ୍ନ
ପାଦ ପଡିଲେ ସେହି ଯାଗାରେ ମନ ପବିତ୍ର ହୁଏ
କାଉ କୋଇଲି ରାବରେ ପରା ଜୟଗୁରୁ ଶୁଭୁଥାଏ
ଥରଟେ ଯାଇ ଛାର ଭକତ ଭୁଲି ତ ପାରେ ନାହିଁ
ଆସ ହେ ଦାଦା ଆସ ହେ ମାଆ ଆଉ ଡେରି କର ନାହିଁ