Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2  

Sadananda Sahoo

Others

ବ୍ୟୟବହୁଳ ଶିକ୍ଷାପଲା

ବ୍ୟୟବହୁଳ ଶିକ୍ଷାପଲା

1 min
318


ଶିକ୍ଷା ଦୀକ୍ଷା ଭିକ୍ଷା କେ'କରିବ ରକ୍ଷା 

   ସାଂପ୍ରତିକ ସମାଜରେ , 

ବ୍ୟୟଭାର ସଵୁ ସମ୍ଭାଳି ନେବାକୁ 

   ଧନନାହିଁ ଆଉ ଘରେ ! ! 


ନିକିତିରେ ଯଦି ତଉଲି ମୁଁ' ଦେବି 

   ପୁତ୍ରସହ   ଶିକ୍ଷାପେଡ଼ି , 

ଧନ ଦଉଲତ  ହେବନି ସମାନ 

    ପୁତ୍ରପଟ  ଦବମାଡି ! ! 


ବିବଶ ହେଲିଣି ଟଙ୍କା ଗଣିଗଣି 

   ଧନ୍ୟ ଏ'ଶିକ୍ଷା ବ୍ୟବସ୍ଥା , 

ଶିକ୍ଷା ରୂପ ରେଖ ଧନରେ ସଂଶ୍ଳିଷ୍ଟ 

   ନାହିଁ ଆଉ ମୋ'ର ଆସ୍ଥା ! ! 


ଉପାର୍ଜନ ଧନ ହୋଇଯିବ ଶେଷ 

    ରହିଯିବ ଅବଶୋଷ , 

ପୁତ୍ରମଣି ମୋର ହବକି ବିଦ୍ଵାନ ? 

   ଉଙ୍କିମାରେ କେତେପ୍ରଶ୍ନ ! ! 


ଟଙ୍କାବିଡା ବସ୍ତା ମୋ'ପାଇଁ ମହଙ୍ଗା 

    ନାହିଁମୋର  ବଳକଳ , 

ବୃଦ୍ଧ ବୟସରେ ହେବି ହୀନିମାନ 

   ଅନାହାରେ ହେଵକାଳ ! ! 


କରୁଛି ସ୍ଵୀକାର  ଶିକ୍ଷାର ମହତ୍ତ୍ଵ 

    ଧନଠୁ ବଳିଷ୍ଠ ମାତ୍ର , 

ଧନ ନାହିଁ ଯା'ର ଶିକ୍ଷା ନାହିଁ ତା'ର 

   ଏ'କଥା କୁହଇ ପୁତ୍ର ! ! 


ଶିକ୍ଷା ଅୟାରମ୍ଭ  ଧନରେ ଜଡିତ 

    ସପାପନ ତା'ର ନାହିଁ , 

ବିଦ୍ୟାଳୟପରେ ମହାଶିକ୍ଷା ହସେ 

    କୁଣ୍ଠାବୋଧ ଏତେକାହିଁ , !?! 


ତଥାପି ସମ୍ମାନ  କରୁଛି ଏ'ମନ 

    ଶିକ୍ଷାବଡ଼ ଧନଠାରୁ , 

ଶିକ୍ଷାର ଆଲୋକ ଅପୂର୍ବ ବିଭବ 

   ପ୍ରଣିପାତ   ହୃଦୟରୁ ! ! 


ଧନ ପଛେଯାଉ ପୁତ୍ର ଶିକ୍ଷାପାଉ 

   ଲୋଡାନାହିଁ ଟଙ୍କାବିଡା , 

ଶିକ୍ଷାର ଶିକ୍ଷକ ହେଉ ମୋ' ସନ୍ତାନ 

   ନିଜଗୋଡ଼େ ହବଛିଡା ! ! 


ଶିକ୍ଷାତ ଅକ୍ଷୟ  ଜଗତ ବିଜୟ 

   ତମଷା କରିବ ଦୂର , 

ନବଦିଗନ୍ତର   ଶିକ୍ଷା ସୁତ୍ରଧର 

    ପ୍ରତିବିମ୍ବ  ଭାବନାର ! ! 



Rate this content
Log in