STORYMIRROR

Sandhyarani dash

Others

4  

Sandhyarani dash

Others

ବ୍ୟଥା

ବ୍ୟଥା

1 min
250

ନୀଡ଼ ଫେରା ପକ୍ଷୀ ସବୁତ ଫେରିଲେ

ଆନନ୍ଦେ ଅଧିର୍ ହୋଇ,

ମମତା ର ମୋତି କୁଆଡେ ଗଲୁ ତୁ

ତୋତେ ଧନ ପାଉ ନାହିଁ।

ଫେରିଆ ପାଖକୁ ରହନା ଦୂରରେ

ମନ ମାରି ବସି ଅଛୁ,

ଆକାଶର ତାରା ଫୁଲ ଫୁଟି ଲାଣି

ସତେ ଅବା ସେଠି ଅଛୁ।

ତୋ ମାଆ କାନ୍ଦୁଛି ଦୁଆର ମୁହଁରେ

ଫେରିବା ବାଟକୁ ଚାହିଁ,

ଗଭୀର ନିଦ୍ରାରେ ଶୋଇଛୁ କି ଧନ

ଆଉ କି ଉଠିବୁ ନାହିଁ।

ରକ୍ତର ଜବାବ ରକ୍ତରେ ଦେଲୁ ତୁ

ଏଇ ମାଟି ମାଆ ପାଇଁ

ମନରୁ ମାେ ମୋହ ତୁଟୁ ନାହିଁ ଧନ

ନୟନୁ ଲୁହ ସୁଖୁନି ।

ତ୍ୟାଗ ଯଜ୍ଞେ ସିନା ଆହୁତି ଦେଲୁ ତୁ

କେମିତି ବଞ୍ଚିବି ମୁହିଁ

ତୁ ଚାଲି ଗଲୁ ବୀର ପୁତ୍ର ହୋଇ

ଜାତୀୟ ଧ୍ଵଜାକୁ ଧରି

ହୃଦୟ ଫାଟୁଛି ଅନ୍ତର କାନ୍ଦୁଛି

ଦୁଃଖ ଓ ଶୋକରେ ଭରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍